Home ଜିଲ୍ଲା ପରିକ୍ରମା ସଲମାନ ଖୁର୍ସିଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ଲିଖିତ ପୁସ୍ତକ ବ୍ୟାନ୍ ପାଇଁ ଦାବି ...

ସଲମାନ ଖୁର୍ସିଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ଲିଖିତ ପୁସ୍ତକ ବ୍ୟାନ୍ ପାଇଁ ଦାବି “ମା’ – ପୁଅ ପଲିଟିକ୍‌ସ ଆଉ ଚାଲିବନି – ହରପ୍ରିୟା ସାହୁ(ଫଟୋ ଅଛି)

36

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଉପରେ “ସନ୍ ରାଇଜ୍ ଓଭର ଅଯୋଧ୍ୟା: ନେସନ୍ ହୁଡ୍ ଇନ୍ ଆୱାର ଟାଇମ୍‌ସ’ ନାମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସଲମାନ ଖୁର୍ସିଦ ଏକ ପୁସ୍ତକ ଲେଖିଛନ୍ତି। ବହିଟିରେ ହିନ୍ଦୁ ବିଚାରଧାରାକୁ ଆତଙ୍କବାଦୀ, ଜେହାଦୀ ସଙ୍ଗଠନ ବୋକୋହରାମ ଏବଂ ଆଇଏସଆଇଏସ ସହିତ ତୁଳନା କରିଛନ୍ତି ସଲମାନ ଖୁର୍ସିଦ। ଏଣେ, ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଏକ ବିବାଦ ସାମନାକୁ ଆସିଛି। ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ରସିଦ ଅଲଭି “ଜୟ ଶ୍ରୀରାମ’ ନାରାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଏକ ସଭାକୁ ସମ୍ବୋଧନ କରିବାବେଳେ ରସିଦ ଅଲଭି କହିଛନ୍ତି ଯେ “ଜୟ ଶ୍ରୀରାମ’ ନାରା ଦେଉଥିବା ଲୋକଙ୍କ ଠାରୁ ସତର୍କ ରୁହନ୍ତୁ। କାରଣ “ଜୟ ଶ୍ରୀରାମ’ ନାରା ଦେଉଥିବା ସମସ୍ତେ ସାଧୁସନ୍ଥ ନୁହନ୍ତି, ସେମାନେ ରାକ୍ଷସ ମଧ୍ୟ ହୋଇପାରନ୍ତି ବୋଲି କହିଛନ୍ତି ରସିଦ ଅଲଭି। ଏହାକୁ ନେଇ ସଂଘ ପରିବାର ଏବଂ ବିଜେପି ଟାର୍ଗେଟକୁ ଆସିଯାଇଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ ଏବଂ ରସିଦ ଅଲଭି। ଖୁର୍ସିଦ ଏବଂ ରସିଦ ଅଲଭିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସହିତ “ସନ୍ ରାଇଜ୍ ଓଭର ଅଯୋଧ୍ୟା: ନେସନ୍ ହୁଡ୍ ଇନ୍ ଆୱାର ଟାଇମ୍‌ସ୍‌’ ପୁସ୍ତକକୁ ନେଇ ବିଭିନ୍ନ ସ୍ଥାନରେ ଖୁର୍ସିଦଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଉଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କଂଗ୍ରେସ ନେତା ସଲମାନ ଖୁର୍ସିଦ ଏବଂ ରସିଦ ଅଲଭିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଖୁର୍ସିଦଙ୍କ ଦ୍ୱାରା ଲିଖିତ ପୁସ୍ତକ ବ୍ୟାନ୍ କରିବାକୁ ଦାବି କରି ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ବିଷ୍ଣୁପ୍ରିୟା ଜେନା, ଚୈତାଳି ଖିଲାର, ଶୃତିରେଖା ରାଉତ, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ୱିବେଦୀ, ଗୀତାଞ୍ଜଳୀ ଶତପଥୀ ପ୍ରମୁଖ ଜିଲ୍ଲା ଉପ- ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଦ୍ୱାରା ହିନ୍ଦୁ ଏବଂ ହିନ୍ଦୁତ୍ୱକୁ ଟାର୍ଗେଟ୍ କରି ବିବାଦୀୟ ପୁସ୍ତକ ଲେଖାଯିବା ପରେ ପରେ ପୁଣି ଜଣେ ସେହି କଂଗ୍ରେସ ନେତା ରସିଦ ଅଲଭି “ଜୟ ଶ୍ରୀରାମ” ଉପରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏସବୁ “ମା’, ପୁଅଙ୍କ ପ୍ରରୋଚନାରେ ହେଉଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବା ସହ ଏଠି “ମା’, ପୁଅ ପଲିଟିକ୍ସ୍ ଆଉ ଚାଲିବ ନାହିଁ ବୋଲି କହିଛନ୍ତି ହରପ୍ରିୟା ସାହୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.