Home ଜିଲ୍ଲା ପରିକ୍ରମା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆରକ୍ଷଣ ରାୟ ବିରୁଦ୍ଧରେ ଭଦ୍ରକରେ ବନ୍ଦର ପ୍ରଭାବ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆରକ୍ଷଣ ରାୟ ବିରୁଦ୍ଧରେ ଭଦ୍ରକରେ ବନ୍ଦର ପ୍ରଭାବ

24

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ପରିବର୍ତିତ ନୂତନ ଆଇନ୍ ବିରୁଦ୍ଧରେ ଆଜି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ଦେଶବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଆଇନ୍ କରିଛନ୍ତି, ତାହା ଆଗାମୀ ଦିନରେ ଜାତି କୋଟାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଏକ ଯୋଜନା ଅଟେ । କୋଟା ମଧ୍ୟରେ ସବ୍‌କୋଟାକୁ ସଂପୂର୍ଣ୍ଣ ଭାବେ ବିରୋଧ କରି ଏହି ଆଇନ୍ ବିରୁଦ୍ଧରେ ଆଜି ଦେଶବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦ କରାଯାଉଥିବାବେଳେ ଭଦ୍ରକରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଦଳିତ ନେତା ରାଜେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ବନ୍ତଛକରେ ରାସ୍ତା ଅବରୋଧ କରିଥିବାବେଳେ କେନ୍ଦୁଆପଦା ଠାରେ ମଧ୍ୟ ଟ୍ରେନ୍ ଅଟକ ରଖାଯାଇଥିଲା । ତେବେ ଏହି ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଓ ସ୍କୁଲ ଛାତ୍ରଛାତ୍ରୀକୁ ସଂପୂର୍ଣ୍ଣ ଭାବେ ଛାଡ କରାଯାଇଛି । ତେବେ ଯେଉଁ ଆଇନ୍ ହୋଇଛି, ତାହାକୁ ପୁନଃବିଚାର କରିବା ପାଇଁ ଆନ୍ଦୋଳନକାରୀମାନେ କହିଛନ୍ତି । ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.