ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଂଚାୟତ ଅଧିନ ବାଉଁଶବାଗ ଗ୍ରାମର ସରକାରୀ ରାସ୍ତାକୁ ସେହି ଗ୍ରାମର କେତକ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରିଛନ୍ତି। ଏସମ୍ପର୍କରେ ଗ୍ରାମର ସାରଦା ପ୍ରସନ୍ନ ନାୟକ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜବର ଦଖଲ ଉଛେଦ କରିବାଦିଗରେ ବିହୀତ ପଦକ୍ଷେପ ନେବାକୁ ଦାବିକରିଛନ୍ତି।ଅଭିଯୋଗରୁ ପ୍ରକାଶଯେ, ବାଉଁଶବାଗ ଗ୍ରାମର ଶ୍ୟାମ ସୁନ୍ଦର ବେହୁରାଙ୍କ ସମେତ କେତକ ବ୍ୟକ୍ତି ସାରଦା ପ୍ରସନ୍ନ ନାୟକଙ୍କ ଘର ସମ୍ମୁଖରେ ଥିବା ସର୍ବସାଧାରଣ ରାସ୍ତା ଉପରେ ଏକ ପକ୍କାପିଲର ଓ ଟିଣଛପର ଗୃହ ନିର୍ମାଣ କରିଛନ୍ତି। ଯାହାଫଳରେ ସାରଦା ଓ ତାଙ୍କ ପରିବାର ଯାତାୟାତ କରିବାବେଳେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଥିସହ ଲୋଜମାନେ ମଧ୍ୟ ରାସ୍ତାରେ ଯାତାୟାତ କରିବାରେ ଅସୁବିଧାରେ ପଡୁଛନ୍ତି।ତହସିଲଦାର ଅଭିଯୋଗ ପାଇବାପରେ ଅଭିଯୋଗ ଉପରେ ସର୍ଜମିନ ତଦନ୍ତକରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋହ୍ଲ ରାଜସ୍ୱ ନିରୀକ୍ଷକ ତଦନ୍ତ ପରେ ପ୍ଲଟ ନଂ ୧୩୫୩ ସାରଦାଙ୍କ ଘରବାଡ଼ି କିସମ ସମ୍ମାକୁ ଲାଗି ସରକାରୀ ପ୍ଲଟ୧୩୫୫ ରାସ୍ତା ଉପରେ ଖୋଲା ଆଜବେଷ୍ଟ ଗୃହ ନିର୍ମାଣ ହୋଇଛି। ଏହି ରାସ୍ତା ନଂ ୪-୩୮୧/୨୪-୨୫ରେ ଅବରୋଧ ମକଦ୍ଦମା ରୁଜୁହୋଇଛି ବୋଲି ତହସିଲଦାରଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି।ପରେ ତହସିଲଦାରଙ୍କ କାର୍ଯ୍ୟାଳୟ ମୋକଦ୍ଦମା ନଂ ୩୮୧/୨୪-୨୫ରେ ଜବରଦଖଲରୁ ଓହରିଯିବାକୁ ନୋଟିସ ଜାରିକରାଯାଇ ତିନିଦିନ ଭିତରେ ଜାଗାକୁ ଅବରୋଧ ମୁକ୍ତକରା ନଗଲେ ନିୟମ ଅନୁସାରେ ସେହି ଜାଗାରୁ ଜବର ଦଖଲ କାରୀଙ୍କୁ ଉଛେଦ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି।ନୋଟିସ ଜାରିର ବହୁଦିନ ପରେବି ନୋଟିସର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିବା ଜଣାଯାଇଛି।ତେବେ ଏସମ୍ପର୍କରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପଚାରିବାରୁ ଯଥାଶୀଘ୍ର ଜବର ଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।








