Home ଜିଲ୍ଲା ପରିକ୍ରମା ସର୍ବଶିକ୍ଷା ଅଭିଯାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସର୍ବଶିକ୍ଷା ଅଭିଯାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

128

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲା ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ ବୈଲୋଚନ ପୁହାଣଙ୍କ ଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ଭଦ୍ରକ ସହରରେ ଥିବା ବୈଲୋଚନଙ୍କ ନିଜ ଘର, ବଣିଆସ୍ଥିତ ପୈତୃକ ଘର, ଚରମ୍ପାସ୍ଥିତ ଶ୍ୱଶୁର ଘର ଓ ଅଫିସ୍ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ପୂର୍ବରୁ ବୈଲୋଚନଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ଥିଲା । ଏହି ଅଭିଯୋଗ ପରେ ଭିଜିଲାନ୍ସ ଆଜି ଚଢାଉ କରିଥିବା ସୂଚନା ମିଳିଛି । ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନେତୃତ୍ୱରେ ଭଦ୍ରକ ଭିଜିଲାନ୍ସର ୫ଟି ଟିମ୍ ଚଢାଉରେ ସାମିଲ ହୋଇଛି । ଚଢାଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.