ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଭେମ୍ବର ୨୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସିଆଇଟିୟୁ, ଏଆଇଟିୟୁସି, ଆଇଏନ୍ଟିୟୁସି ଓ ଓଡ଼ିଶା କୃଷକ ସଭା ପକ୍ଷରୁ ଆଜି ସିପିଆଇ(ଏମ୍) ଭଦ୍ରକ ଜିଲା ଓ ଚାନ୍ଦବାଲି ବ୍ଲକ୍ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ପୃଥକ୍ ପୃଥକ୍ ଭାବେ ସମଗ୍ର ସହର ପରିକ୍ରମା କରିଥିଲା । ଭଦ୍ରକର କାର୍ଯ୍ୟକ୍ରମ ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଆଜି ଏଲ୍ଆଇସି ଅଫିସ୍ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ଅନୁରୂପ ଚାନ୍ଦବାଲିରେ ଭଦ୍ରକ ଜିଲା କମିଟି ସଦସ୍ୟ ବିକାଶ ନାଥ, ସିଆଇଟିୟୁ ଜିଲା କାର୍ଯ୍ୟକାରୀ ସଭାପତି ମଳୟ ଭୋଇ, ଏଆଇଟିୟୁସି ଜିଲା ସଂପାଦକ ଉପେନ୍ଦ୍ର ରାଉଳ, ଗୌରହରି ମିଶ୍ର, ଚାଷୀ ନେତା ଫକୀର ସ୍ୱାଇଁ, ଗୌରାଙ୍ଗ ଜେନା, ଘନଶ୍ୟାମ ଦାସ, ରାଜେନ୍ଦ୍ର ନାଥ, ଭାଗୀରଥି ରାଉତ ପ୍ରମୁଖ ଯୋଗଦେଇ ଉକ୍ତ ଆନ୍ଦୋଳନକୁ ସଫଳ କରିବାକୁ ସମସ୍ତଙ୍କୁ ନିବେଦନ କରିବା ସହ ଦୋକାନ ବଜାର ବନ୍ଦ ରଖିବା, ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରଖିବା, ଅଫିସ୍ତ ଦପ୍ତର ବନ୍ଦ ରଖିବାକୁ ସାଧାରଣ ଜନତାକୁ ଆହ୍ୱାନ ଦେଇଥିଲେ । ଏବଂ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ ।