Home ଜିଲ୍ଲା ପରିକ୍ରମା ସର୍ବଭାରତୀୟ କ୍ରିକେଟ ମହୋତ୍ସବ, ପ୍ରତି ବ୍ଲକ ଓ ପଂଚାୟତ ସ୍ତରରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି...

ସର୍ବଭାରତୀୟ କ୍ରିକେଟ ମହୋତ୍ସବ, ପ୍ରତି ବ୍ଲକ ଓ ପଂଚାୟତ ସ୍ତରରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି – ଶିଳ୍ପ ଓ କୌଶଳ ବିକାଶ ମନ୍ତ୍ରୀ

3

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଦୋଷୀଙ୍ଗା ଟାଉନ କ୍ଲବ୍ ଆନୁକୁଲ୍ୟରେ ୧୦ମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିଳ୍ପ କୌଶଳ ଓ ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଦେବାଶିଷ ମହାନ୍ତି, , ଅନ୍ୟତମ ସମ୍ମାନୀତ ଅତିଥିଭାବେ ଓଡ଼ିଶା କ୍ରିକେଟ ବୋର୍ଡର ସଦସ୍ୟ ଶିବବ୍ରତ ମହାଳିକ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଂଟରେ ଭୁବନେଶ୍ୱର, କଟକ ବାଲେଶ୍ୱର ସମ୍ବଲପୁର, ଉତରପ୍ରଦେଶ, ଛତିଶଗଡ, ଭାଇଯାକ ଓ କଲିକତା ଟିମ ଭାଗ ନେଇଥିବା ବେଳେ ଫାଇନାଲ ରେ କଲିକତା ଓ ସମ୍ବଲପୁର ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ କଲିକତା ପ୍ରଥମେ ବ୍ୟାଟିଂ କରି ୧୧୯ ରନ କରି ଅଲ ଆଉଟ୍ ହୋଇଯାଇଥିବା ବେଳେ ମାତ୍ର ୧୩ ଓଭର ବ୍ୟାଟିଂ କରି ସମ୍ବଲପୁର ଦଳ ମ୍ୟାଚ ଜିତିଯାଇଥିଲ। ବିଜୟୀ ଦଳକୁ ଟ୍ରଫି ସହ ୧ଲକ୍ଷ ଓ ରନସ ଦଳକୁ କପ୍ ସହ ୬୦ ହଜାର ଟଙ୍କା ପୁରସ୍କାର ମିଳିଥିବା ବେଳେ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ସମ୍ବଲପୁର କ୍ରିକେଟ୍ ଟିମ ର ଖେଳାଳୀ ପ୍ରଦୀପ ପ୍ରଧାନ ଓ ମ୍ୟାନ ଅଫ୍ ଦି ସିରିକ ଭବେ ବିଜୟୀ ଟିମ ର କ୍ଷମା ସାଗର ବଳ ଙ୍କୁ ପୁରସ୍କାର ମିଳିଥିଲା। ତେବେ ମୂଖ୍ୟ ଅତିଥି ଦୋସିଙ୍ଗା ଟାଉନ୍ କ୍ଲବ୍ ର ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣମେଂଟ ଆୟୋଜକ କୁ ପ୍ରଶଂସା କରିବା ସହିତ ପ୍ରତି ବ୍ଲକର ୧୦ଏକର ସରକାରୀ ଯାଗା ଉପାରେ ଏକ ବଡ଼ ଷ୍ଟାଡିୟମ୍ ଓ ପ୍ରତି ପଂଚାୟତ ରେ ଏକ ମିନି ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ।। ସେହିଭଳି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳୀ ଦେବାଶିଷ ମହାନ୍ତି ଆୟୋଜକ ଦୋସିଙ୍ଗା ଟାଉନ୍ କ୍ଲବର୍ ସମସ୍ତ କର୍ମକର୍ତା ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏଭଳି ଏକ ଟୁର୍ଣ୍ଣାମେଂଟ ଆୟୋଜନ ହୋଇପାରିଲା ବୋଲି କହିବା ସହିତ ଏକାଗ୍ରତା ହିଁ କ୍ରିକେଟ୍ ଖେଳର ମୂଳ ମନ୍ତ୍ର ବୋଲି ଖେଳାଳୀ ମାନଙ୍କୁ କହିଥିଲେ।। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧାମରା ପଂଚାୟତର ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା, ପୂର୍ଣ୍ଣ ପାଣି, ବାସୁଦେବପୁର ବିଜେପି ନେତା ରୁଦ୍ର ନାରାୟଣ ମଲ୍ଲିକ, ଧାମରା ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ରୁଦ୍ର ମହାନ୍ତି, ବିଜେପି ଯୁବ ନେତା ଅତୁଲ କୁମାର ଜେନା, ପ୍ରଦୀପ ରାଉତ, କାର୍ତିକ ଗୁଡ଼ିଆ, ବାବୁଜୀ ମାଝୀ, ମାନସ ପଣ୍ଡା ଓ ଅନ୍ୟମାନେ ଯୋଗ ଦେଇଥିଲେ । ତେବେ ଦୋସିଙ୍ଗା ଟାଉନ କ୍ଳବର୍ ସଭାପତି ପୂର୍ଣେନ୍ଦୁ ପଣ୍ଡା ଓ ସଂପାଦକ ରାଜେଶ ମାଇତି ଙ୍କ ସହିତ ଅନ୍ୟ ସହଯୋଗୀଙ୍କ। ଅକ୍ଲାନ୍ତ ପରିଶ୍ରମ ପାଇଁ ଏକ ସର୍ବଭାରତୀୟ ଟୁର୍ଣାମେଂଟକୁ ସବୁ ବର୍ଗରୂ ପ୍ରଶଂସା ମିଳିଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.