Home ଜିଲ୍ଲା ପରିକ୍ରମା ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

13

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ନାଇକାଣିଡିହ ଥାନା ଅଧିନ ବାଲିମେଦ ପଂଚାୟତ ଅପର୍ତିପୁର ଗ୍ରାମରେ ସର୍ପାଘାତରେ ଜଣେ ମହିଳା ମୃତ୍ୟୁ ହୋଇଛି । ଆଜି ଅପରାହ୍ନ ସମୟରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ଅପର୍ତିପୁର ଗ୍ରାମରେ। ଏହି ଗ୍ରାମର ନୃସିଂହ ବେହେରାଙ୍କ ସ୍ତ୍ରୀ ପାର୍ବତୀ ବେହେରା(୪୦) ଘରେ କାମ କରୁଥିବା ସମୟରେ ପାର୍ବତୀ ସର୍ପାଘାତର ଶିକାର ହୋଇଥିଲେ । ପରିବାର ପକ୍ଷରୁ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ କାର୍ଯ୍ୟରତ ଡାକ୍ତର ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.