Home ଜିଲ୍ଲା ପରିକ୍ରମା ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

12

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ଥାନା ଅଧିନ ବେଗନା ଗ୍ରାମର ଜଳଧର ନାୟକଙ୍କ ପତ୍ନୀ ପୂର୍ଣ୍ଣିମା ନାୟକ(୪୮)ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି । ପ୍ରକାଶ ଯେ, ସକାଳ ସମୟରେ ପୂର୍ଣ୍ଣିମା ବାଡିରେ ଗୋବର ଘସି ଆଣିବାକୁ ଯାଇଥିବା ବେଳେ ତାଙ୍କୁ ସର୍ପାଘାତ ହୋଇଥିଲା । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ମରଶରୀର କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ବନ୍ତ ପୋଲିସ ୫/୨୪ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ପୂର୍ଣ୍ଣିମାଙ୍କର ସ୍ୱାମୀ ଗୋଟିଏ ଝିଅ ଓ ୨ ପୁଅ ଅଛନ୍ତି । ରାକ୍ଷୀ ପୂର୍ଣ୍ଣର୍ିମାରେ ଏପରି ଅଘଟଣ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ଜିଲ୍ଲା ପ୍ରଶାସନ ଉପରୋକ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.