Home ଜିଲ୍ଲା ପରିକ୍ରମା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ, ଏକତା ପଦଯାତ୍ରା ଓ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ, ଏକତା ପଦଯାତ୍ରା ଓ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

6

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କ୍ରୀଡା ଯୁବ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତୀ ରେ ଏକତା ପଦଯାତ୍ରା ଏବଂ ଏକ ଭାରତ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଭଦ୍ରକ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ସେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ,ସରୋଜ ଦତ,ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ, ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ପ୍ରତିମୂର୍ତୀ ରେ ପ୍ରଦୀପ ପ୍ରଜ୍ୱଳନ କରି ମାଲ୍ୟାର୍ପଣ କରିଥିଲେ। ସମସ୍ତ ଅତିଥି ମାନେ ପତାକା ଦେଖାଇ ଏକତା ପଦଯାତ୍ରା କୁ ଶୁଭାରମ୍ଭ କରିବା ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଛକରୁ ଏକତା ପଦଯାତ୍ରା ବାହାରି ନଗର ପରିକ୍ରମା କରି ପୁରୁଣା ବଜାର ସ୍ଥିତ ମଲିକ ମଇଦାନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଭଦ୍ରକ ମୁସଲିମ ଜମାତ୍ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ପଦଯାତ୍ରା ରେ ଅନ୍ୟୁନ ଦୁଇ ହଜାରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ଏନସିସି ଏବଂ ବିଭିନ୍ନ ବର୍ଗର ଜନସାଧାରଣ/ ଯୁବ ଗୋଷ୍ଠି ସାମିଲ ହୋଇ ଥିଲେ। ତିନୋଟି ସ୍ଥାନରେ ଯଥା ଦ୍ରୌପଦୀ ସିନେମା ଛକ, ଗୋଶାଳା ଛକ ଓ ହରିହାଟ ଛକ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଦେଶକୁ ଏକତା ଅଖଣ୍ଡତା ସାର୍ବ ଭୌମତ ରଖିବା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥୂବା ବେଳେ ଏକ ଭାରତ ଆତ୍ମ ନିର୍ଭର ଭାରତ ର ପରି କଳ୍ପନା ର ମତ ଅତିଥି ମାନେ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.