Home ଜିଲ୍ଲା ପରିକ୍ରମା ସରିଲା ଲଗ୍ନଧରା, ବାବା ସ୍ୱପ୍ନେଶ୍ୱରଙ୍କ ବିବାହ ୩୧ରେ

ସରିଲା ଲଗ୍ନଧରା, ବାବା ସ୍ୱପ୍ନେଶ୍ୱରଙ୍କ ବିବାହ ୩୧ରେ

16

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା ପଂଚାୟତ ଅଧୀନ ତିହିଡ଼ି ଗ୍ରାମର ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ଶୀତଳଷଷ୍ଠୀ ଅବସରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଚଳିତ ବର୍ଷ ବର ପିତା ଭାବେ ତିହିଡ଼ି ଗ୍ରାମର ରତ୍ନାକର ଓଝା ଓ କନ୍ୟା ପିତା ଭାବେ ସେହି ଗ୍ରାମର ଚନ୍ଦନ କୁମାର ପାତ୍ର ବିବାହ କାର୍ଯ୍ୟ ତୁଲାଇବେ। ଲଗ୍ନଧରା ସରିବା ପରେ କନ୍ୟା ଘରୁ ଲଗ୍ନ ଚିଟାଉ ବର ଘରକୁ ଯାଇଥିଲା। ସମସ୍ତ ରୀତି ନୀତି ସରିବା ପରେ ବାବା ସ୍ୱପ୍ନେଶ୍ୱରଙ୍କ ଚଳନ୍ତି ପ୍ରତିମା ବରପିତା ରତ୍ନାକର ଓଝା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା କନ୍ୟାପିତା ଚନ୍ଦନ କୁମାର ପାତ୍ରଙ୍କ ବାସଭବନକୁ ବିଜେ କରିବେ। ପଣ୍ଡିତ ନିରଂଜନ କର, ଦେବବ୍ରତ ଗ୍ରହାଚାର୍ଯ୍ୟ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଲଗ୍ନଧରା କାର୍ଯ୍ୟରେ ପାର୍ଥସାରଥି ନାୟକ, ରଘୁନାଥ ପାତ୍ର, କୈଳାସ ପାତ୍ର, ଶରତ କର, ରମାକାନ୍ତ ନାଥ, ପ୍ରଭାତ କୁମାର ରାଉଳ, ପି. ହୃଷିକେଶ, ବିଷ୍ଣୁ ଚରଣ ଦାଶ, ମହେନ୍ଦ୍ର ଓଝା, ଘନଶ୍ୟାମ ଓଝା, ଧୃବ ଚରଣ ମହାରଣା, ଉମାକାନ୍ତ ସୂତାର, ବିବେକାନନ୍ଦ ନାୟକ, ସରୋଜ କର, ଶିବ ପ୍ରସାଦ ଓଝା, ବସନ୍ତ ବେହେରା, ମନୋରଂଜନ ବେହେରା, ପ୍ରଫୁଲ୍ଲ ପାତ୍ର, ରାଜେଶ ନାୟକ, କମଳାକାନ୍ତ ସାହୁ, ଚିତରଂଜନ ବାରିକ, ପୀତାବାସ ପଣ୍ଡା, ଗୋପାଳ ସାହୁ, ପ୍ରକାଶ ନାୟକ, ମାଳତୀ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.