Home ଜିଲ୍ଲା ପରିକ୍ରମା ସରିଲା ଐତିହାସିକ ଭଦ୍ରକ ଚରମ୍ପା କାଳୀପୂଜା, ୧୩ ବର୍ଷରେ ଡଗରାସାହି କାଳୀ, ଆଜି ମା’ଙ୍କୁ ମେଲାଣି

ସରିଲା ଐତିହାସିକ ଭଦ୍ରକ ଚରମ୍ପା କାଳୀପୂଜା, ୧୩ ବର୍ଷରେ ଡଗରାସାହି କାଳୀ, ଆଜି ମା’ଙ୍କୁ ମେଲାଣି

15

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୧ ତାରିଖ ଅର୍ଥାତ୍ ଗୁରୁବାର ରାତିରୁ ଆରମ୍ଭ ହୋଇଛି ଐତିହାସିକ ଭଦ୍ରକ ଚରମ୍ପା କାଳୀପୂଜା। ଭଦ୍ରକର ଗଣପର୍ବ ଭାବେ ପରିଚିତ କାଳୀପୂଜା ଲାଗି ଚରମ୍ପା ଅଂଚଳରେ ଏଥର ୯ଟି ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଧୁମ୍‌ଧାମରେ କରାଯାଉଛି। ଡଗରାସାହି ମା’ କାଳୀଙ୍କ ମେଢକୁ ଚଳିତଥର ୧୩ ବର୍ଷ ପୂରିଛି। ମା’ଙ୍କ ମୂର୍ତି ଓ ପାଶ୍ୱର୍ମୂର୍ତି ବେଶ୍ ଆକର୍ଷଣୀୟ ହୋଇଥିବାବେଳେ ତୋରଣ ଓ ଆଲୋକମେଳା ମଧ୍ୟ ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ଚଳିତବର୍ଷ ଡଗରାସାହି ପୂଜା କମିଟି ପକ୍ଷରୁ ପ୍ରାୟ ୭/୮ ଲକ୍ଷ ଟଙ୍କା ବ୍ୟୟ ହୋଇଛି ବୋଲି ଏହାର ସଭାପତି ଓ ସଂପାଦକ ସୂଚନା ଦେଇଛନ୍ତି। ଗୁରୁବାରରୁ ଆରମ୍ଭ ହୋଇ ଆଜି ରାତିରୁ ମା’ଙ୍କ ବିସର୍ଜନ କରାଯିବ। ପ୍ରସିଦ୍ଧ ଚରମ୍ପା କାଳୀପୂଜାରେ ଶାନ୍ତିଶୃଙ୍ଖଳା, ପକେଟମାର, ଚୋରିକୁ ରୋକିବା ପାଇଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସିସିଟିଭି ମଧ୍ୟ ଜଗିଥିବାର ଦେଖାଯାଇଛି। ଏହି ଐତିହାସିକ ଚରମ୍ପା କାଳୀପୂଜାରେ ବାବା ଆର୍ତତ୍ରାଣ ପହଂଚି ମା’ଙ୍କୁ ଦର୍ଶନ କରି ଶୁଭାଶିଷ ଲାଭ କରିଥିବାବେଳେ ଉପସ୍ଥିତ ଶ୍ରଦ୍ଧାଳୁ ବାବାଙ୍କ ଦ୍ୱାରା ଦୈବି ଚିକିତ୍ସାର ଲାଭ ଉଠାଇ ଉପଶମ ହୋଇଥିବାର ଦେଖିବାକୁ ମିଳିଛି। ଆଜି ରାତିରୁ ଚରମ୍ପା କାଳୀପୂଜାର ସମସ୍ତ ମେଢର ଭସାଣି ଉତ୍ସବ ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.