Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ

ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ

3

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ମାଳଦା ସରସ୍ୱତୀ ଶିଶୁ ମନ୍ଦିର ର ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ଜେନା ଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଶିଶୁ ମନ୍ଦିର ସଂପାଦକ ତଥା ସାମ୍ବାଦିକ ରାଜେନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବେ ଇଂ ଦେବଦତ ବାରିକ,ସରତ ପରିଡ଼ା, ପ୍ରମୁଖ ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ପୁରସ୍କୃତ କରିଥିଲେ। ପବିତ୍ର ସାଧାରଣତନ୍ତ୍ର ଦିବସ ରେ ସମ୍ପାଦକ ଜାତିୟ ପତାକା ଉତୋଳନ କରି ଏକ ସାଧାରଣ ସଭା ଆୟୋଜନ କରଯାଇଥିଲା , ଛାତ୍ର ଛାତ୍ରୀ ମାନଙ୍କୁ ବିଷ୍ଟାନ ବଂଟନ କରାଯାଇ ପୁରସ୍କୃତ କରାଯାଇଥିଲା। ଶିଶୁ ମନ୍ଦିର ର ଗୁରୁଜୀ ମନୋଜ ସାମଲ, ପିତାମ୍ବର ଓଝା, ନିରଞ୍ଜନ ଦାଶ,ଭଗବତୀ ବାରିକ୍‌, ନିରୁପମା ଦାସ,ମୋନାଲିନ ସାମଲ, ପ୍ରଭାସିନୀ ଦାସ,ଜିତେନ୍ଦ୍ରୀତା ସାମଲ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.