Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା

ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା

5

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଉତରାପୁର ପଡିଆରେ ଆୟୋଜିତ କ୍ରୀଡାକୁ ଶାରିରୀକ ଶିକ୍ଷା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ ଉଦଘାଟନ କରି ପାଠପଢା ସାଙ୍ଗକୁ କ୍ରୀଡା ପ୍ରତି ରୂଚି ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନଚାର୍ଯ୍ୟ ରାଧାକୃଷ୍ଣ ସ ଙ୍କ ସଂଚାଳନରେ ଶିଶୁ ମନ୍ଦିର ଉପସଭାପତି ଚିତରଞ୍ଜନ ଉଦ୍‌ଗାତା,ସମ୍ପାଦକ ଅଶୋକ ପରିଡା, ପ୍ରତିଷ୍ଠାତା ସଭ୍ୟ ଅଶୋକ ରଣା, ଯୁଗମ ସମ୍ପାଦକ ସୁବାଷ ସାହୁ ପ୍ରମୁଖ ଯୋଗଦେଇ କ୍ରୀଡା ଉପରେ ମତ ରଖିଥିଲେ । ଶାରିରୀକ କ୍ରୀଡା ପ୍ରମୁଖ ଆଚାର୍ଯ୍ୟ ଚିନ୍ତାମଣି ଶତପଥିଙ୍କ ତତ୍ୱାବଧାନରେ ଶିଶୁ ବାଟିକା, ଶିଶୁ ବର୍ଗ, ବାଲ୍ ବର୍ଗରେ ୩୧୫ ଜଣ ଛାତ୍ରଛାତ୍ରୀ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା, ଗଣିତ ଦୌଡ ଆଦିରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଅଭିଭାବକ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ସ୍ଲୋ ସାଇକଲେ ରେସ୍‌, ଦୌଡ ଆଦି ପ୍ରତିଯୋଗିତା କରାଯାଇଥିଲା । ଉଦଯାପନୀ ସତ୍ରରେ ଅଶୋକ ରଣା ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର,ଟ୍ରଫି ପ୍ରଦାନ କରିଥିଲେ । ଗିରିଶଚନ୍ଦ୍ର ମହାନ୍ତି, ଭଗବାନ ପଲେଇ, ସୌମ୍ୟରଞ୍ଜନ ଶତପଥି, ନରେନ୍ଦ୍ର ପତି, ବିବେକାନନ୍ଦ ସେଠୀ, ଅରୁଣ କୁମାର ନାୟକ, ବିଷ୍ଣୁମୋହନ ବିଶ୍ୱାଳ, ଲିପିକା ଶତପଥି, ଜନପ୍ରିୟା ଦାଶ, ପ୍ରତିମା ଦାଶ, ସୌଭାଗ୍ୟ ଲକ୍ଷ୍ମୀ ସାହୁ, ଶୁଭଲକ୍ଷ୍ମୀ ସିଂହ, ସ୍ୱାଗତିକା ମହୁରୀ, ତୃପ୍ତିମୟୀ ପଣ୍ଡା, ନମିତା ପୃଷ୍ଟି, ପୂଜା ପ୍ରିୟଦର୍ଶନୀ ଜେନା, ଲିନାରାଣି ବେହେରା, ସବିତା ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ୨୦ ତାରିଖ ଶଙ୍କୁଳ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.