Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

10

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆରଡିପୀଠ ଆଖଣ୍ଡଳମଣି ବିହାର ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁବାର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଅଧ୍‌ଯୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ଭିତିକ ୬୦ଗୋଟି ପ୍ରୋଜେକ୍ଟ(ପ୍ରକଳ୍ପ) ସ୍ଥାନ ପାଇଥିଲା। ଉକ୍ତ ଜ୍ଞାନ ବିଜ୍ଞାନ ମେଳା ପ୍ରାରମ୍ଭରୁ ଶିଶୁ ମନ୍ଦିର ପରିସରରେ ପହଣା କ୍ଲଷ୍ଟରର ସିଆରସିସି ଦିଲିପ ଶେଖର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପହଣା ଜାଗୁଳାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ। ସେହିପରି ଶିଶୁ ମନ୍ଦିରର ପ୍ରତିଷ୍ଠାତା ତଥା ସମ୍ପାଦକ ସ୍ୱାଧିନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଗୁରୁଜୀ ବିଭୁତି ବିଶ୍ୱାଳ ପରିଚାଳନା କରିବା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ବିଏସ ଏସ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷକ ପଙ୍କଜ କୁମାର ସାହୁ, ଦଧିବାମନ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶୋକ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଜ୍ଞାନ ବିଜ୍ଞାନ ମେଳାରେ ଗୁରୁଜୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ମେଳାରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.