Home ଜିଲ୍ଲା ପରିକ୍ରମା ସରସଦା ହାଇସ୍କୁଲରେ ବନ୍ଧୁମିଳନ

ସରସଦା ହାଇସ୍କୁଲରେ ବନ୍ଧୁମିଳନ

11

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୬ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ଭକ୍ତି ନୈବେଦ୍ୟ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟ ଅତିଥି, ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱରଞ୍ଜନ ଶେଣ୍ଢ, ପୂର୍ବତନ ଶିକ୍ଷକ ବିଦ୍ୟାଧର ସାହୁ, ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ନାରାୟଣ ଚନ୍ଦ୍ର ରାଉତ, ମଞ୍ଜୁଳା ନାୟକ, ନାରାୟଣ ପ୍ରଧାନ, ଝୁନୁରାଣୀ ପଣ୍ଡା, ନଟବର ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରୁଣା ସ୍ମୃତି ଓ ଅନୁଭୁତି ସମ୍ପର୍କରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଶିକ୍ଷାଜୀବନର ସ୍ମରଣୀୟ ମୂହୂର୍ତ୍ତ ଉପସ୍ଥାପନ କରିବା ସହ ପରସ୍ପର ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ ପୁରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମଚାରୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.