Home ଜିଲ୍ଲା ପରିକ୍ରମା ସରସଦା ସମିତି ଚାଷୀଙ୍କୁ ଧାନବିକ୍ରୀ ପାପ୍ୟ ପ୍ରଦାନ ପାଇଁ ହାଇକୋର୍ଟଙ୍କ ରାୟ

ସରସଦା ସମିତି ଚାଷୀଙ୍କୁ ଧାନବିକ୍ରୀ ପାପ୍ୟ ପ୍ରଦାନ ପାଇଁ ହାଇକୋର୍ଟଙ୍କ ରାୟ

23

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ କୃଷି ସମବାୟ ସମିତିକୁ ଗତ ୨୦୧୮-୧୯ ଆର୍ଥୀକ ବର୍ଷରେ ଧାନବିକ୍ରୟ କରି ପାଊଣା ପାଇଁ ହଟହଟା ହେଉଥିବା ୪୪ ଜଣ ଚାଷୀଙ୍କୁ ପାଉଣା ପ୍ରଦାନ ପାଇଁ ହାଇକୋର୍ଟ ରାୟ ପ୍ରକାଶ ପାଇଛି। ସମିତିକୁ ଧାନ ବିକ୍ରୟ କରିଥିବା ଚାଷୀ ନିରାକାର ରାଉତ ଓ ଅନ୍ୟ ୪୩ଜଣ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ଗୁହାରୀ କରି ବିଫଳ ହେବା ପରେ ଏଥିନେଇ ହାଇକୋର୍ଟରେ ମାମଲା ଋଜୁ କରିଥିଲେ। ମାମଲାର ବିଚାର କରି ବିଚାରପତି ବିଶ୍ୱଜିତ ମହାନ୍ତି ରାୟ ଦାଖଲର ତିନି ମାସ ମଧ୍ୟରେ ଅର୍ଥ ପୈଠ ପାଇଁ ମାମଲାର ୪ନଂ ଅପରପକ୍ଷ ତଥା ଭଦ୍ରକ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିବା ଜଣାଯାଇଛି। ରାୟ ପ୍ରକାଶ ପରେ ଦୀର୍ଘ ଦିନ ଧରି ଅର୍ଥାଭାବର ଶିକାର ହୋଇଥିବା ଚାଷୀମାନଙ୍କ ମଧ୍ୟ ପ୍ରାପ୍ୟ ପାଇବା ନେଇ ଆଶା ସଞ୍ଚାର ହୋଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ସଂପୃକ୍ତ ସମିତିର ବିଶୃଙ୍ଖଳିତ କର୍ମଚାରୀମାନଙ୍କ ଅବହେଳା ଓ ଚାଷୀ ସ୍ୱାର୍ଥ ବିରୋଧି କାର୍ଯ୍ୟକଳାପ ଯୋଗୁଁ ୪୪ ଜଣ ଚାଷୀ ସମିତିକୁ ଧାନ ବିକ୍ରୟ କରି ଗତ ୩ ବର୍ଷ ଧରି ପାଉଣା ଅପେକ୍ଷାରେ ରହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନଦେବା ଯୋଗୁଁ ଚାଷୀମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଫଳରେ ଚାଷୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.