Home ଜିଲ୍ଲା ପରିକ୍ରମା ସରସଦା ଠାରେ ଭାଗବତ ପାରାୟଣ

ସରସଦା ଠାରେ ଭାଗବତ ପାରାୟଣ

16

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ସରସଦା ଟୁଙ୍ଗି ପରିସରରେ ୪୦ ତମ ବାର୍ଷିକ ଭାଗବତ ପ୍ରବଚନ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି।୍ୱ୍ୟାସଜୀ ରାମଚନ୍ଦ୍ର ପତୀ, ଧାରକ ରୁଦ୍ରପ୍ରତାପ ମିଶ୍ର ଓ ପୂଜକ ନୀଳମଣି ପତୀଙ୍କ ଦ୍ୱାରା ବୈଦିକ ରୀତି ନୀତି ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା। ଏଥିରେ ସଙ୍କଳ୍ପ କର୍ତା ଭାବେ ପିତାମ୍ବର ଭଞ୍ଜ ଓ ଉମାକାନ୍ତ ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିଲେ। ସଭାପତି ଉମାକାନ୍ତ ପାତ୍ର ଓ ସମ୍ପାଦକ ନଟବର ରାଉଳଙ୍କ ତତ୍ୱାବଧାନରେ ପ୍ରତ୍ୟେକ ଦିନ ମଙ୍ଗଳ ଆଳତି, ଭାଗବତ ପାଠ, ଭଜନ ସମାରୋହ ଓ ପ୍ରବଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଆୟୋଜିତ ବାର୍ଷିକ ଉତ୍ସବକୁ ସଦସ୍ୟ ନିରଞ୍ଜନ ପ୍ରଧାନ, ପିତ୍ୱାସ ଭଞ୍ଜ, ରାଜକିଶୋର ସ୍ୱାଇଁ, ଶଶିଭୂଷଣ ସାହୁ, ନୃସିଂହ ନାୟକ, ଗଗନ ବିହାରୀ ସଂଖୁଆ, ରବିନ୍ଦ୍ର ଷେଣ୍ଢ, ଜୟନ୍ତ ଷେଣ୍ଢ, ରବିନ୍ଦ୍ର ସ୍ୱାଇଁ, ଶେଷଦେବ ସ୍ୱାଇଁ, ମୁରଲୀଧର ଦାସ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.