ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ପଂଚାୟତ ର ସରମଙ୍ଗା ଗ୍ରାମ ଏକ ନୂତନ ପକ୍କା ରାସ୍ତା ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ରଙ୍କ କର କମଳରେ ଉଦଘାଟନ ହୋଇ ଯାଇଛି। ଓଲଙ୍ଗ ପଂଚାୟତ ର ଶତାଧିକ ବିଜେପି କର୍ମୀ ଓଲଙ୍ଗ ବସ୍ ଷ୍ଟାଣ୍ଡ ଠାରୁ ବାଜା ବାଣ ଦ୍ୱାରା ବିଧାୟକ ଙ୍କୁ ପାଛୋଟି ନେଇଥିଲେ। ଏହି ରାସ୍ତା ହେବା ଦ୍ୱାରା ୬ ଟି ପଂଚାୟତ ଉପକୃତ ହେବେ ବୋଲି ଗ୍ରାମ୍ ବାସୀ ଖୁସି ମତବ୍ୟକ୍ତ କରିଥିଲେ।ଏହି ଉଦଘାଟନ ଉତ୍ସବରେ ପୂର୍ଣ୍ଣି ଚନ୍ଦ୍ର ନାୟକ, ଯୁବ ନେତା ରାକେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।