Home ଜିଲ୍ଲା ପରିକ୍ରମା ସରପଞ୍ଚ ଖର୍ଚ୍ଚ କରୁନାହାଁନ୍ତି ସରକାରଙ୍କ ଟଙ୍କା : ଖାତାରେ ଗଡୁଛି ସାଢେ ୧୨ କୋଟି

ସରପଞ୍ଚ ଖର୍ଚ୍ଚ କରୁନାହାଁନ୍ତି ସରକାରଙ୍କ ଟଙ୍କା : ଖାତାରେ ଗଡୁଛି ସାଢେ ୧୨ କୋଟି

322

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚାୟତଗୁଡିକରେ ଉନ୍ନତିମୂଳକ କାମ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ହାତ ବଢାଇ ଦେଉଛନ୍ତି । କିନ୍ତୁ ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ସରପଞ୍ଚମାନେ ସହଯୋଗର ହାତ ବଢାଉ ନାହାଁନ୍ତି । ଯେଉଁଥିପାଇଁ ତିହିଡି ବ୍ଲକ୍‌ର ୩୧ଟି ପଂଚାୟତରେ ସାଢେ ୧୨ କୋଟି ଟଙ୍କାର ଅର୍ଥ ପଡିରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ଏହି ଅର୍ଥ ପଂଚାୟତ ଖାତାରେ ଗଡୁଛି । ପୁଣି ୨୦୨୦-୨୧ ବର୍ଷର ଅର୍ଥ ଆସିଛି । ପୂର୍ବବର୍ଷର ଅର୍ଥ ଗଡୁଥିବାବେଳେ ନୂଆ ବଜେଟ୍ କେମିତି ଶେଷ ହେବ, ସେ ଚିନ୍ତା ବ୍ଲକ୍ ପ୍ରଶାସନକୁ ଘାରିଛି । ଭଦ୍ରକ ଜିଲାକୁ ୩୫ ହଜାରରୁ ଅଧିକ ପ୍ରବାସୀ ଆସିଛନ୍ତି । ଏହି ପ୍ରବାସୀମାନଙ୍କୁ ୧୨୫ ଦିନିଆ କାମ ଯୋଗାଇବାକୁ ଜିଲା ପ୍ରଶାସନ ଯୋଜନା ଆରମ୍ଭ କରୁଛି । ଏତିକି ବେଳେ ପଂଚାୟତ ମାନଙ୍କରେ ଖର୍ଚ୍ଚ ନହୋଇ ପଡିରହିଥିବା ଷ୍ଟେ୍ ଫାଇନାନ୍ସ କମିଶନର ଓ ସେଣ୍ଟ୍ରାଲ ଫାଇନାନ୍ସ କମିଶନରଙ୍କ ଅର୍ଥରାଶି ଉପରେ ନଜର ପଡିଛି । ସରକାରଙ୍କ ନିର୍ଦ୍ଦେଶ ପରେ ତିହିଡି ବିଡିଓ ରମେଶ ପଣ୍ଡା ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରେ ତିହିଡି ବ୍ଲକ୍‌ର ୩୧ ଟି ପଂଚାୟତରେ ଏହି ବାକିଆ ଅର୍ଥକୁ ଖୋଜି ପାଇଛନ୍ତି । ଅଚକ ପଂଚାୟତରେ କେନ୍ଦ୍ର ଅର୍ଥ କମିଶନରଙ୍କ ପାଣ୍ଠି ୧୦,୧୫,୮୮୩ ଏବଂ ରାଜ୍ୟ ଅର୍ଥ କମିଶନରଙ୍କ ପାଣ୍ଠି ୩୨,୨୧୫ ଟଙ୍କା ଥିଲାବେଳେ ବାହାବଳପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୪୭,୧୨,୨୦୧ ଟଙ୍କା ଓ ରାଜ୍ୟ ପାଣ୍ଠି ୪୧ ଲକ୍ଷ ୨୯ ହଜାର ୨୮୬ ଟଙ୍କା, ବାମନବିନ୍ଧା ପଂଚାୟତରେ କେନ୍ଦ୍ର ପାଣ୍ଠି ୧୬ ଲକ୍ଷ ୨୦ ହଜାର ୧୧୬, ବାରୋ ପଂଚାୟତରେ କେନ୍ଦ୍ର ପାଣ୍ଠି ୪୮ ଲକ୍ଷ ୬୭ ହଜାର ୯୮୪ ଟଙ୍କା ଓ ରାଜ୍ୟ ପାଣ୍ଠି ୧୮ ଲକ୍ଷ ୩ ହଜାର ୨୦୯ ଟଙ୍କା, ବାରସର ପଂଚାୟତରେ କେନ୍ଦ୍ର ପାଣ୍ଠି ୩୮ ଲକ୍ଷ ୪୪ ହଜାର ୧୮୩ ଟଙ୍କା ଓ ରାଜ୍ୟ ପାଣ୍ଠି ୧୬ ଲକ୍ଷ ୩୨ ହଜାର ୨୫୩ ଟଙ୍କା, ସଦର ଭାଟପଡା ପଂଚାୟତରେ କେନ୍ଦ୍ର ପାଣ୍ଠି ୭୦ ଲକ୍ଷ ୯୦ ହଜାର ୨୧୨ ଟଙ୍କା ଓ ରାଜ୍ୟ ପାଣ୍ଠି ୧୧ ହଜାର ୯୩୪ ଟଙ୍କା । ବିଲଣା ପଂଚାୟତରେ କେନ୍ଦ୍ର ପାଣ୍ଠି ୭୧ ହଜାର ୫୫୦ ଟଙ୍କା । ବୋଡକ ପଂଚାୟତରେ କେନ୍ଦ୍ର ପାଣ୍ଠି ୩୦ ଲକ୍ଷ ୩୦ ହଜାର ୪୬୦ ଟଙ୍କା ଓ ରାଜ୍ୟ ପାଣ୍ଠି ୯ ଲକ୍ଷ ୭୪ ହଜାର ୨୦୭ ଟଙ୍କା ।

 

 

ଦୌଲତପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୧୯ ଲକ୍ଷ ୮ ହଜାର ୮୧୮ ଟଙ୍କା ଓ ରାଜ୍ୟ ପାଣ୍ଠି ୩ ଲକ୍ଷ ୭୧ ହଜାର ୧୩୫ ଟଙ୍କା । ଦୋଳସାହି ପଂଚାୟତରେ କେନ୍ଦ୍ର ପାଣ୍ଠି ୩୪ ଲକ୍ଷ ୭୪ ହଜାର ଟଙ୍କା ଥିବାବେଳେ ରାଜ୍ୟ ପାଣ୍ଠି ୭ ଲକ୍ଷ ୫୫ ହଜାର ୪୪୬ ଟଙ୍କା ପଡିରହିଛି । ଫତେପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୩୨ ଲକ୍ଷ ୬୯ ହଜାର ୧୬୭ ଟଙ୍କା ପଡିଥିବାବେଳେ ରାଜ୍ୟ ପାଣ୍ଡି ୧୮ ଲକ୍ଷ ୨୨ ହଜାର ୯୩୨ ଟଙ୍କା । ଗୋବିନ୍ଦପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୭ ଲକ୍ଷ ୪୫ ହଜାର ୬୩୩ ଟଙ୍କା ଓ ରାଜ୍ୟ ପାଣ୍ଠି ୯ ଲକ୍ଷ ୨୦ ହଜାର ୮୮୫ ଟଙ୍କା । ଗୁଆମାଳ ପଂଚାୟତରେ କେନ୍ଦ୍ର ପାଣ୍ଠି ୨୭ ଲକ୍ଷ ୪୮ ହଜାର ୧୭୧ ଟଙ୍କା ଓ ରାଜ୍ୟ ପାଣ୍ଠି ୨୦ ଲକ୍ଷ ୭୧ ହଜାର ୮୫୭ ଟଙ୍କା । ହରିସିଂପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୫୬ ଲକ୍ଷ ୭୪ ହଜାର ୨୫୫ ଟଙ୍କା ଓ ରାଜ୍ୟ ପାଣ୍ଠି ୨୭ ଲକ୍ଷ ୫୫ ହଜାର ୪୨୦ ଟଙ୍କା । ଜାମଯୋଡି ପଂଚାୟତରେ କେନ୍ଦ୍ର ପାଣ୍ଠି ୩୯ ଲକ୍ଷ ୮୯ ହଜାର ଓ ରାଜ୍ୟ ପାଣ୍ଠି ୧୦ ଲକ୍ଷ ୮୮ ହଜାର ୬୭୪ ଟଙ୍କା । କାଁପଡା ପଂଚାୟତରେ କେନ୍ଦ୍ର ପାଣ୍ଠି ୩ ଲକ୍ଷ ୫୭ ହଜାର ଓ ରାଜ୍ୟ ପାଣ୍ଠି ୩ ଲକ୍ଷ ୨୩ ହଜାର । କୋହ୍ଲ ପଂଚାୟତରେ କେନ୍ଦ୍ର ପାଣ୍ଠି ୨୯ ଲକ୍ଷ ୭୧ ହଜାର ୨୭୦ ଟଙ୍କା ଓ ରାଜ୍ୟ ପାଣ୍ଠି ୨୧ ଲକ୍ଷ ୮୩ ହଜାର ୫୧୪ ଟଙ୍କା । କୁବେରାରେ କେନ୍ଦ୍ର ପାଣ୍ଠି ୮ ଲକ୍ଷ ୬୫ ହଜାର ୮୯୬ ଟଙ୍କା ଓ ରାଜ୍ୟ ପାଣ୍ଠି ୧୩ ଲକ୍ଷ ୭୧ ହଜାର ୯୨୨ ଟଙ୍କା । ମହରମପୁରରେ କେନ୍ଦ୍ର ପାଣ୍ଠି ୧୪ ଲକ୍ଷ ୯୨ ହଜାର ୪୫୧ ଟଙ୍କା ଓ ରାଜ୍ୟ ପାଣ୍ଠି ୫ ହଜାର ୯୪୧ ଟଙ୍କା ମଙ୍ଗଳପୁରରେ କେନ୍ଦ୍ର ପାଣ୍ଠି ୩୮ ଲକ୍ଷ ୩ ହଜାର ୭୫୬ ଟଙ୍କା ଓ ରାଜ୍ୟ ପାଣ୍ଠି ୧୯ ଲକ୍ଷ ୭୨ ହଜାର ୯୯୯ ଟଙ୍କା । ମୁକୁନ୍ଦପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୨୨ ଲକ୍ଷ ୮୧ ହଜାର ୧୦୮ ଟଙ୍କା ଓ ରାଜ୍ୟ ପାଣ୍ଠି ୭ ଲକ୍ଷ ୯୩ ହଜାର । ନରେନ୍ଦ୍ରପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୨୫ ଲକ୍ଷ ୫୧ ହଜାର ୪୩୦ ଟଙ୍କା ଓ ରାଜ୍ୟ ପାଣ୍ଠି ୧୦ ଲକ୍ଷ ୧୨ ହଜାର ୭୫୭ ଟଙ୍କା । ନୟାନନ୍ଦ ପଂଚାୟତରେ କେନ୍ଦ୍ର ପାଣ୍ଠି ୧୯ ଲକ୍ଷ ୨୬ ହଜାର ୮୦୭ ଟଙ୍କା ଓ ରାଜ୍ୟ ପାଣ୍ଠି ୯ ଲକ୍ଷ ୪୦ ହଜାର ୩୨୨ ଟଙ୍କା । ପାଳିଆବିନ୍ଧା ପଂଚାୟତରେ କେନ୍ଦ୍ର ପାଣ୍ଠି ୩୮ ଲକ୍ଷ ୩୭ ହଜାର ୯୭୨ ଟଙ୍କା ଓ ରାଜ୍ୟ ପାଣ୍ଠି ୨୨ ଲକ୍ଷ ୩୪ ହଜାର । ରାଜନଗର ପଂଚାୟତରେ କେନ୍ଦ୍ର ପାଣ୍ଠି ୫୬ ଲକ୍ଷ ୧୭ ହଜାର ୮୭୧ ଟଙ୍କା ଓ ରାଜ୍ୟ ପାଣ୍ଠି ୪୩ ହଜାର ୭୮୮ ଟଙ୍କା । ସାହାପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୨୧ ଲକ୍ଷ ୨୬ ହଜାର ୫୦୦ ଓ ରାଜ୍ୟ ପାଣ୍ଠି ୩ ହଜାର ଟଙ୍କା ।

 

 

ସୟା ପଂଚାୟତରେ କେନ୍ଦ୍ର ପାଣ୍ଠି ୧୫ ଲକ୍ଷ ୭୪ ହଜାର ୬୯୯ ଟଙ୍କା ଓ ରାଜ୍ୟ ପାଣ୍ଠି ୯ ଲକ୍ଷ ୩୯ ହଜାର ୩୪୩ ଟଙ୍କା । ସିନ୍ଦୋଳ ପଂଚାୟତରେ କେନ୍ଦ୍ର ପାଣ୍ଠି ୩୧ ଲକ୍ଷ ୮୭ ହଜାର ୧୦୭ ଟଙ୍କା ଓ ରାଜ୍ୟ ପାଣ୍ଠି ୧୬ ଲକ୍ଷ ୧୯ ହଜାର ୯୦ ଟଙ୍କା । ଶ୍ୟାମସୁନ୍ଦରପୁର ପଂଚାୟତରେ କେନ୍ଦ୍ର ପାଣ୍ଠି ୨୨ ଲକ୍ଷ ୭୨ ହଜାର ୪୮୪ ଟଙ୍କା ଓ ରାଜ୍ୟ ପାଣ୍ଠି ୧୬ ଲକ୍ଷ ୧୯ ହଜାର ୯୦ ଟଙ୍କା । ତଳଗୋପବିନ୍ଧା ପଂଚାୟତରେ କେନ୍ଦ୍ର ପାଣ୍ଠି ୨୮ ଲକ୍ଷ ୩୦ ହଜାର ୬୫୧ ଟଙ୍କା ଓ ରାଜ୍ୟ ପାଣ୍ଠି ୧୦ ଲକ୍ଷ ୭୭ ହଜାର ୭୦୨ ଟଙ୍କା । ତାଳପଦା ପଂଚାୟତରେ କେନ୍ଦ୍ର ପାଣ୍ଠି ୧୫ ଲକ୍ଷ ୯୧ ହଜାର ୧୧୧ ଟଙ୍କା ବଳକା ରହିଛି । ମୋଟାମୋଟି ଭାବେ ତିହିଡି ବ୍ଲକ୍‌ର ୩୧ ଟି ପଂଚାୟତରେ ରାଜ୍ୟ ସରକାରଙ୍କ ଅର୍ଥ କମିଶନରଙ୍କ ପାଣ୍ଠି ୩ କୋଟି ୬୪ ଲକ୍ଷ ୩୮ ହଜାର ୩୬୩ ଟଙ୍କା ଖର୍ଚ୍ଚ ନହୋଇ ପଡିରହିଥିବାବେଳେ କେନ୍ଦ୍ର ସରକାର ପ୍ରଦର୍ତ୍ତ ପାଣ୍ଠିରୁ ଏହି ସରପଞ୍ଚ ମାନେ ୮ କୋଟି ୮୨ ଲକ୍ଷ ୨ ହଜାର ୩୨୨ ଟଙ୍କା ଖାତାରେ ଗଡୁଛି । ଏହି ୩୧ ପଂଚାୟତରେ ୧୨ କୋଟି ୪୬ ଲକ୍ଷ ୪୦ ହଜାର ୬୮୫ ଟଙ୍କା ଖର୍ଚ୍ଚ ନକରିପାରି ସରପଞ୍ଚମାନେ ବାହା ବାହା ନେଉଛନ୍ତି । ଏବେ ଏହି ଅର୍ଥକୁ ଗରିବ ଯୋଜନାରେ ଖର୍ଚ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ତିିହିଡି ବିଡିଓ ରମେଶ ପଣ୍ଡା ଏଥିପାଇଁ ଯନ୍ତ୍ରୀମାନଙ୍କ ଜରିଆରେ ଖସଡା ପ୍ରସ୍ତୁତ କରିଛନ୍ତି ପ୍ରବାସୀ ଶ୍ରମିକମାନଙ୍କୁ ୧୨୫ ଦିନର କାମ କେମିତି ଏହି ବଳକା ଅର୍ଥକୁ ଖର୍ଚ୍ଚ କରି ରୋଜଗାରକ୍ଷମ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.