ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁଭ ଭିତିପ୍ରସ୍ତର ଫଳକରେ ସରପଂଚଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସରପଂଚ, ସମିତି ସଭ୍ୟ ଓ ଗ୍ରାମବାସୀ। ଭଦ୍ରକ ବ୍ଲକ ଅଧିନ ଅଣ୍ଢେଇପଲ୍ଲୀ ପଂଚାୟତର ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଶୁଭ ଭିତି ପ୍ରସ୍ତାର ସ୍ଥାପନ ପାଇଁ ଆଜିସ୍ଥିର ହୋଇଥିଲା । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଥିଲା କିନ୍ତୁ ଏଥିରେ ସରପଂଚ ଓ ସମିତି ସଭ୍ୟଙ୍କ ନାମ ନଥିଲା। ଯାହାକୁ ନେଇ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ। ସେମାନେ ସ୍କୁଲ କାମକୁ ବିରୋଧ କରୁ ନାହାନ୍ତି କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ନାମ କାହିଁକି ନଥିଲା ବୋଲି ପ୍ରଶ୍ନ କରିଥିଲେ ଗ୍ରାମବାସୀ । ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପରେ ଗ୍ରାମବାସୀ, ସରପଂଚ, ସମିତି ସଭ୍ୟ ସେଠାକୁ ଯାଇ ହୋ ହାଲ୍ଲା କରିବା ସହ ଫଳକୁ ଭାଙ୍ଗି ଥିଲେ। ସରପଂଚ କହିଛନ୍ତି ମୁ ଏନେଇ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ ବିଡ଼ିଓ ଜାଣି ନଥିବା ସେ କହିଛନ୍ତି। ଗ୍ରାମରେ ଫଳକ ରାଜନୀତିକୁ ନେଇ ଚାପା ଉତେଜନା ଲାଗି ରହିଥିବା ବେଳେ ଫଳକ ରେ ସରପଂଚ ଓ ସମିତି ସଭ୍ୟା ଙ୍କ ନାମ ନଥିବାରୁ ସାଧରଣ ରେ ନିନ୍ଦା କରାଯାଇଛି ।
Home ଜିଲ୍ଲା ପରିକ୍ରମା ସରପଂଚଙ୍କ ନାମ ନଥିବାରୁ ଶୁଭ ଭିତି ପ୍ରସ୍ତର ଫଳକ ଭାଙ୍ଗିଲେ ଗ୍ରାମବାସୀଙ୍କ ସହ ଲୋକପ୍ରତିନିଧି