Home ଜିଲ୍ଲା ପରିକ୍ରମା ସରକାର ଭୁଲିଗଲେ ସ୍ୱଚ୍ଛ ଓଡିଶା ଏବଂ ସୁସ୍ଥ ଓଡିଶା ର କାର୍ଯ୍ୟରତ(ସାନିଟସେନ ଟୁଲିପ ଇଂଟର୍ଣ) କର୍ମଚାରୀଙ୍କୁ

ସରକାର ଭୁଲିଗଲେ ସ୍ୱଚ୍ଛ ଓଡିଶା ଏବଂ ସୁସ୍ଥ ଓଡିଶା ର କାର୍ଯ୍ୟରତ(ସାନିଟସେନ ଟୁଲିପ ଇଂଟର୍ଣ) କର୍ମଚାରୀଙ୍କୁ

16

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସ୍ୱଚ୍ଛ ଓଡିଶା ଏବଂ ସୁସ୍ଥ ଓଡିଶା ସମସ୍ତ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସରକାର ସଂପୂର୍ଣ ପାଶୋରି ପକାଇଲେ। ଫଳରେ ଦୀର୍ଘ ୨ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସରକାରଙ୍କ ପରିମଳ ବିଭାଗର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସରକାର ପାଶୋରୀ ଦେଇଥିବାରୁ ସେମାନଙ୍କ ଚାକିରୀରେ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଓଡିଶାର ମହାନଗର ନିଗମ,ପୌରପାଳିକା,ବିଜ୍ଞାପିତ ଅଂଚଳ ପରିଷଦରେ ପରିମଳ ବିଭାଗକୁ ସୁଦୃଢ କରିବାକୁ ସାନିଟସେନ ଟୁଲିପ ଇଂଟର୍ଣ ଭାବରେ ସମ୍ପଦ କେନ୍ଦ୍ର ପରିଚାଳନା ଏବଂ ସହରାଂଚଳ ର ବିଭିନ୍ନ ପରିମଳ ସମସ୍ୟାର ସମାଧାନ କାର୍ଯ୍ୟ ନିମନ୍ତେ ନିଯୁକ୍ତି କରାଯାଇଥିଲା। ଯାହାକି ବର୍ତମାନ ପର୍ଯ୍ୟନ୍ତ ୫ଗୋଟି ପର୍ଯ୍ୟାୟ କ୍ରମରେ ସାନିଟସେନ ଟୁଲିପ ଇଂଟର୍ଣ ଭାବେ କାର୍ଯ୍ୟରତ। ସରକାରଙ୍କ ପତ୍ର ସଂଖ୍ୟା୨୧୬୮୬/୨୦୨୨ରେ ୪୩ଜଣ ନିଯୁକ୍ତି ପାଇଥିବା ବେଳେ ,ପତ୍ରସଂଖ୍ୟା ୭୩୨୦/୨୦୨୩ରେ ୭୦ଜଣ, ପତ୍ର ସଂଖ୍ୟା୧୫୪୩୪/୨୦୨୩ରେ ୬୨ଜଣ,ପତ୍ରସଂଖ୍ୟା୬୫୦୭/୨୦୨୪ରେ ୭୯ଜଣଙ୍କୁ ନିଯୁକ୍ତି ମିଳିଥିଲା। ନିଯୁକ୍ତି ପାଇଥିବା ପିଲା ମାନଙ୍କ ମଧ୍ୟରୁ କିଛି କାର୍ଯ୍ୟର ଅବଧି ସରିଯିବା ପରେ ସେମାନେ ବେକାର ହୋଇ ଘରେ ବସିଛନ୍ତି ଏବଂ ଅବଶିଷ୍ଟ କାର୍ଯ୍ୟର ଅବଧି ଆସନ୍ତା କିଛି ମାସ ମଧ୍ୟରେ ଶେଷ ହୋଇଯିବ। ଏହିପରି ସରକାର ନିଯୁକ୍ତି ଦେଇଥିବା ୨୫୩ ପିଲା ମାନଙ୍କୁ ଆଗାମୀ ଦିନରେ କାର୍ଯ୍ୟରୁ ବିରତ କରାଯିବ ବୋଲି ଜଣାଯାଇଛି। ଦୀର୍ଘ ୩ବର୍ଷ ହେବ ଏହି ପିଲା ମାନେ କଠିନ ବର୍ଜବସ୍ତୁର ପରିଚାଳନା ରେ ତନ ତନ ନିରୀକ୍ଷଣ କରିବା ସହ ସୁଚାରୂ ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ। ବିଗତ ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏମାନଙ୍କ ଚାକିରୀକୁ ସ୍ଥାୟୀ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ବର୍ତମାନ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ କରିବା ପରିବର୍ତେ ୨୫୩ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି। ତୁରନ୍ତ ଏହି ପିଲା ମାନଙ୍କୁ ପରିମଳ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ଦେବାକୁ ସେମାନେ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.