Home ଜିଲ୍ଲା ପରିକ୍ରମା ସରକାରୀ ରାସ୍ତା ଅବରୋଧ ପରେ ଏବେ ଡ୍ରେନ ଅବରୋଧ; କାର୍ଯ୍ୟାନୁଷ୍ଠାନ ଶୂନ !

ସରକାରୀ ରାସ୍ତା ଅବରୋଧ ପରେ ଏବେ ଡ୍ରେନ ଅବରୋଧ; କାର୍ଯ୍ୟାନୁଷ୍ଠାନ ଶୂନ !

7

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ସରକାରଙ୍କ ପକ୍ଷରୁ ଜବରଦଖଲ ଉଛେଦ କରାଯାଉଥିବା ବେଳେ କିଛି ଲୋକ ଏବେବି ଆମେ ନେତାଙ୍କ ଲୋକ କହି ତହସିଲ ଓ ଆରଆଇ ଅଫିସ ର କିଛି କର୍ମଚାରୀ ମାନଙ୍କୁ ହାତଗୁଂଜା ଦେଇ ସରକାରୀ ଜମିକୁ ହଡ଼ପ କରିବା ଅଭିଯୋଗ ହୋଇଛି । ସହର ତମାମ ଦୋକାନ ଘର ଭଙ୍ଗା ଯାଉଥିବା ବେଳେ ଏଠି ସରକାରୀ ଜାଗାକୁ ମାଡି ବସି ବାଡ଼ ବୁଝିବାକୁ ନେଇ ଉତେଜନା ଦେଖା ଦେଇଛି । ଖବରରୁ ପ୍ରକାଶ କି ନୂଆବଜାର ଅଂଚଳର ଜୈନିକ ବ୍ୟକ୍ତି ଓ ତାଙ୍କ ପରିବାର ନାମରେ ସରକାରୀ ଜମି ହଡ଼ପ ଏବଂ ଅନ୍ୟଜଣେ ବ୍ୟକ୍ତିଙ୍କ ଜାଗାକୁ ଚଂଚକତା କରି ନିଜ ନାମରେ କରିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ପୁଣି ସରକାରୀ ଜାଗାରେ ବେଆଇନ ଭାବରେ ପାଇଖାନା କରି ସେଠାରେ ଅବୈଧ ଭାବରେ ବାଡ଼ ବୁଜିକି କିଛି ବେନାମୀ ଲୋକଙ୍କୁ ଦୋକାନ ତିଆରି କରି ଭଡାରେ ଦେବାକୁ ମସୁଧା କରୁଥିବା ଜଣା ପଡ଼ିଛି । ଏହି ଜାଗା ବାବଦରେ ୧୯୮୭ ମସିହାରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ଘଟଣା ବିଷୟରେ ମଧ୍ୟ ସେତେବେଳେ ଖବର କାଗଜରେ ପ୍ରକାଶ ପାଇଥିଲା । ଏବେ ପୁଣି ସରକାରୀ ଜାଗା ଓ ଡ୍ରେନ କୁ ମାଡି ଆସିବା ଘଟଣା ତହସିଲଦାର ଓ ପୌରପାଳିକା କତୃପକ୍ଷଙ୍କୁ ଅଭିଯୋଗ କରାଯାଇଛି । ଏହି ଲାଇନରେ ଥିବା ଅନେକ ଘର ସରକାରୀ ଜମି ଜବରଦଖଲରେ ନିର୍ମାଣ ହୋଇଥିବା ଜଣାଯାଏ । ଯଦି ଉକ୍ତ ଜାଗାର ସମସ୍ତ ତଥ୍ୟ ଓ ସରକାରୀ ଜାଗାକୁ ଚିହ୍ନଟ କରାନଯାଏ, ତାହାହେଲେ ସ୍ଥାନୀୟ ଅଂଚଳର ଦୋକାନୀ ମାନେ ଭଙ୍ଗା ଯାଇଥିବା ଜାଗାରେ ପୁନର୍ବାର ଦୋକାନ ଖୋଲି ବ୍ୟବସାୟ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାପରେ ଯଦି କୌଣସି ବିଶୃଙ୍ଖଳା ଦେଖାଯାଏ ତାହାହେଲେ ଜିଲ୍ଲା ପ୍ରଶାସନ, ତହସିଲଦାର ଓ ପୌରପାଳିକା ଦାୟୀ ରହିବ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ତୁରନ୍ତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭଙ୍ଗା ଯାଇଥିବା ଦୋକାନୀ ମାନଙ୍କୁ କ୍ଷତିପୂରଣ ଓ ଥଇଥାନ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.