ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ତହସିଲ ଅଧିନ ଚାରିଗାଁ ଗ୍ରାମର ପ୍ଲଟ ନଂ-୧୬୦ ତଳସାହି ମୁଖ୍ୟ ରାସ୍ତାକୁ ଅବରୋଧ କରି ନକୁଳ ସାହୁ ନାମକ ଜନୈିକ ବ୍ୟକ୍ତି ଘର କରି ରାସ୍ତା ଅବରୋଧ କରିଛନ୍ତି । ଏହାକୁ ଉଚ୍ଛେଦ ନେଇ ନାରାୟଣ ସାହୁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏନେଇ ମାନ୍ୟବର ହାଇକୋର୍ଟ ୨୦୫୭୨/୨-୦୯-୨୦୨୪ ରେ ଉକ୍ତ ବେଆଇନ୍ ଗୃହକୁ ଭାଙ୍ଗିବା ନେଇ ଆଦେଶ କରିଥିଲେ । ଇତିମଧ୍ୟରେ ଉଚ୍ଛେଦ ପ୍ରକ୍ରିୟାକୁ ବିଭିନ୍ନ ଆଳ ଦେଖାଇ ତହସିଲ ପ୍ରଶାସନ ଗଡେଇ ଚାଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଗ୍ରାମବାସୀ ମାନେ ଯାତାୟତରେ ଅସୁବିଧା ଭୋଗ କରିଆସୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ୩ ମାସ ତଳେ ଅମିନ ଦ୍ୱାରା ମାପ ଚୁପ କରାଯାଇ ଚାରିଗାଁ ତଳ ସାହିର ନକୁଳ ସାହୁ ବେଆଇନ ଭାବେ ନିର୍ମାଣ କରିଥିବା ଘରଟି ସରକାରୀ ଜାଗାରେ ଥିବା ଜଣା ପଡିଥିଲା । ଉକ୍ତ ଘରକୁ ଭାଙ୍ଗିବା ନେଇ ବାରମ୍ବାର ଉଦ୍ୟମ ହେଉଥିବା ବେଳେ ଆମ ପରିବାରରେ ପୋଲିସ ଚାକିରିରେ ଅଛନ୍ତି କେହି ଆମର କିଛି କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି ଶ୍ରୀ ସାହୁ । ତୁରନ୍ତ ଉପରୋକ୍ତ ବେଆଇନ ଘରକୁ ଭାଙ୍ଗିବା ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।