ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ସରକାର ଙ୍କ ଅମଳ ରେ ଧାମନଗର ବ୍ଲକ ରେ ୩୦ ରୁ ଉର୍ଦ୍ଧ ପାର୍କ ଲକ୍ଷ ଲକ୍ଷ ଟଙ୍କାଖର୍ଚ୍ଚ କରା ଯାଇ ନିର୍ମାଣ କରା ଯାଇଥିଲା, ସେଥିରୁ ହାତ ଗଣତି କେତୋଟି ପାର୍କ ସଚଳ ଥିବା ବେଳେ ଅନ୍ୟ ପାର୍କ କେଉଁଠି ଅଧା ନିର୍ମାଣ ହୋଇ ପଡି ଥିବାବେଳେ ଅନ୍ୟ ପାର୍କ ରକ୍ଷଣା ବେକ୍ଷଣ ଅଭାବ ରୁ ଘାସବଣ ହୋଇ ଗଲାଣି, ଏପରି ଏକ ପାର୍କ ଧାମନଗର ରାହା ପିତା ରହିଛି । ପ୍ରକାଶ ଥାଉ କି ଧାମନଗର ବିଜ୍ଞାପିତ ଅଂଚଳ ରାହା ପିତା ଠାରେ ଏକ ପାର୍କ ଉଦଘାଟନ ହେବାର ଦୁଇ ବର୍ଷ ହୋଇଗଲା । ଏବେ ସେଠାରେ ଘାସ ବଣ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ପାର୍କ ତିଆରି ସରିବା ପରେ ୨୦୨୩ ମସିହାରେ ତତ୍କାଳୀନ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ପାର୍କ କୁ ଉଦଘାଟନ କରିଥିଲେ । ବ୍ୟବହାର ନ ହେବା ଏବଂ ରକ୍ଷଣା ବେକ୍ଷଣ ଅଭାବ କାରଣରୁ ବର୍ତମାନ ପାର୍କ ଭିତରେ ଅନବନା ଘାସ ବଣୁଆ ଗଛ ଲଟା ଇତ୍ୟାଦିରେ ପରିପୂର୍ଣ୍ଣ ହୋଇଛି । ଆବଶ୍ୟକ ନଥିବା ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ଏହି ନିଛାଟିଆ ଜାଗାରେ ପାର୍କ କରାଗଲା କାହିଁକି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ହୋଇଛି ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯିବା ଆଗରୁ ସେ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପରାମର୍ଶ ନେବାର ଆବଶ୍ୟକତା ଅଛି ବୋଲି ଲୋକେ କହିଛନ୍ତି । ଏ ଦିଗରେ ଧାମନଗର ଏ ନେଇ ଧାମନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଙ୍କ ସହ ଯୋଗା ଯୋଗ କରା ଯାଇଥିଲା । ଖୁବଶୀଘ୍ର ଉକ୍ତ ପାର୍କକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।







