Home ଜିଲ୍ଲା ପରିକ୍ରମା ସରକାରୀ ମଦ ଦୋକାନ ଆଗରେ ଗଣ୍ଡଗୋଳ ଜଣେ ଆହତ

ସରକାରୀ ମଦ ଦୋକାନ ଆଗରେ ଗଣ୍ଡଗୋଳ ଜଣେ ଆହତ

38

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ଦିନକୁ ଦିନ ଚୋରା ଓ ଦେଶି ମଦ କାରବାର ବଢି ଚାଲିଥିବାବେଳେ ଏବେ ଧଲା ଜହରର କାରବାର ଉକ୍ତ ଅଞ୍ଚଳରୁ ବୃଦ୍ଧିପାଇବାରେ ଲାଗିଛି । ସେହିପରି ଗାଁ ଗାଁ ରେ ଚୋରାମଦ ବିକ୍ରି ବୃଦ୍ଧିପାଇଥିବାରୁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ଗାଁ ପରେ ଏବେ ଦୋକାନ ବଜାର ମାନଙ୍କରେ ସରକାରୀ ମଦଦୋକାନ ଖୋଲାଯାଉଥିବାରୁ ସେଠାରେ ମଧ୍ୟ ଯୁବକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ତାହା ସହିତ ଏହି ମଦଦୋକାନ ନିକଟରେ ଚାଖନା ଓ ଫାଷ୍ଟଫୁଡ଼ ଦୋକାନରେ ପ୍ରବଳ ଭିଡ଼ ସାଙ୍ଗକୁ ଖୁଲମ ଖୁଲା ମଦ ପିଆଯାଇ ପରିବେଶକୁ ଦୁଷିତ କରାଯାଉଛି । ଆଜି ଏକ ଘଟଣା ଦୋବଲ ମୁସ୍ତଫାପର ନିକଟରେ ଘଟିଛି । ଦୋବଲ- ଧାମନଗର ରାସ୍ତାର ନୂତନକରି ସରକାରୀ ଠିପିବନ୍ଦ ମଦଦୋକାନ ଖୋଲା ଯାଇଥିବାବେଳେ ଏହି ମଦଦୋକାନକୁ ଲାଗି ଦୁଇଟି ଫାଷ୍ଟଫୁଡ଼ ଦୋକାନ ଖୋଲାଯାଇଛି । ଆଜି ପୂର୍ବାହ୍ନରେ କେତେକ ଯୁବକ ଉକ୍ତ ମଦଦୋକାନରୁ ମଦଆଣି ମା’ ଅର୍ଣ୍ଣପୁର୍ଣ୍ଣା ଟିଫିନ୍ ଏଣ୍ଡ ଫାଷ୍ଟଫୁଡ଼ ସେଣ୍ଟର ରେ ମଦ ପିଇବା ସହିତ ସେଠାରେ ଫାଷ୍ଟଫୁଡ଼ ମଧ୍ୟ ଖାଇଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ପରେ ଦୁଇମଦୁଆ ଙ୍କ ମଧ୍ୟରେ ବାକ ବିତଣ୍ଡା ଓ ଗଣ୍ଡଗୋଳ ଲାଗିଥିଲା । ଏପରିକି ଦୋବଲ ଅଂଚଳର ଜୈନିକ ଯୁବକ ଧାମନଗର ଶ୍ୟାମପୁର ଅଂଚଳର ଜୈନିକ ଯୁବକକୁ ମଦବୋତଲ ଭାଙ୍ଗି ତାଙ୍କ ମୁହଁକୁ ଆକ୍ରମଣ କରିଥିଲେ । ସେ ଗୁରୁତର ହେବାରୁ ତାଙ୍କୁ ଧାମନଗର ଡ଼ାକ୍ତର ଖାନା ଆଣି ଭର୍ତ୍ତି କରାଯାଇଛି । ପ୍ରକାଶ ଥାଉକି ସରକାରୀ ନିୟମ ଅନୁଯାଇ ସରକାରୀ ମଦଦୋକାନ ନିକଟରେ ଏହି ଫାଷ୍ଟଫୁଡ଼ ଦୋକାନ ରହିବାର ନିୟମ ନଥିବାବେଳେ ଏହି ନୂଆ ମଦଦୋକନ ନିକଟରେ ବିଭିନ୍ନ ଫାଷ୍ଟଫୁଡ଼ ଓ ମାଂସ ଦୋକାନ ଆଦି ଖୋଲା ଯାଇଛି । ଯାହା ଫଲରେ ମଦ୍ୟପ ମାନେ ଏଠାେ ମଦପି ନାନାଦି ଗଣ୍ଡଗୋଳ କରିବା ସହିତ ମୁଖ୍ୟ ରାସ୍ତାରେ ଯାତାୟତ ଲୋକମାନଙ୍କୁ ନାନାଦି ର୍ଦୁବ୍ୟବହାର କରୁଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେବାକୁ ସ୍ଥାନୀୟ ଜନସାଧରଣଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.