Home ଅପରାଧ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଛି ପ୍ଲାଷ୍ଟିକ୍ ପଲଥିନ୍ !

ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଛି ପ୍ଲାଷ୍ଟିକ୍ ପଲଥିନ୍ !

267

ଯାଜପୁର୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ସରକାରଙ୍କ ମାଧ୍ୟମରେ ପ୍ଲାଷ୍ଟିକ୍ ପଲଥିନ୍ କୁ ବ୍ୟବହାରରେ କଟକଣା କରାଯାଇଥିଲେହେଁ ଲୋକମାନଙ୍କ ମଧ୍ୟରେ ସଚେତନା ଅଭାବରୁ ଓ ଦବରଦସ୍ତ କିଛି ଅସାଧୁ ବ୍ୟବସାୟୀ ସରକାରଙ୍କ ନିୟମକୁ କାର୍ଯ୍ୟକାରୀ ନକରିବା ଜିଲ୍ଲାରେ ସମସ୍ୟା ହୋଇଥିବା ଦେଖାଯାଇଛି । ଜିଲ୍ଲାରେ ଥିବା ସରକାରୀ ଅଫିସ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ସଂର୍ପକୀୟ ମାନେ ପ୍ଲାଷ୍ଟିକ୍ ପଲଥିନ୍ ବ୍ୟବହାର କରୁଥିବା ମେଡିକାଲ ଡଷ୍ଟବିନରୁ ଦେଖିବାକୁ ମିଳିଛି । ପରିବେଷକୁ ପଦୁର୍ଶଣ କରିବାରେ ରୋଗୀଙ୍କ ସଂର୍ପକୀୟ ମାନେ ଳାଗି ପଡିବା ଦେଖିବାକୁ ମିଳିଛି । ସରକାରୀ ବାବୁ ମାନେ ପ୍ଲାଷ୍ଟିକ୍ ପଲଥିନ୍ ଗୁଡିକୁ ଜିଲ୍ଲା ଓ ଜିଲ୍ଲାସଦର ମହକୁମାରେ ନିଷିଦ୍ଧ କରିବାରେ ଅସମର୍ଥ ହେବା ଦେଖାଯାଇଛି । ସରକାର ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଳୋକମାନଙ୍କ ମଧ୍ୟରେ ସଚେତନତା ନହେଲେ ପ୍ଲାଷ୍ଟିକ୍ ଜରି ବ୍ୟବହାରରେ ରୋକ୍ ଳାଗିପାରିବ ନାହିଁ ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.