Home କୋରାପୁଟ ସରକାରୀ କଲେଜ , କୋରାପୁଟର ସୁବର୍ଣ୍ଣ ଜୟନ୍ତୀ; ପରୀକ୍ଷାକୁ ଆଳ କରି ନିରାଡମ୍ବରରେ ପାଳିତ

ସରକାରୀ କଲେଜ , କୋରାପୁଟର ସୁବର୍ଣ୍ଣ ଜୟନ୍ତୀ; ପରୀକ୍ଷାକୁ ଆଳ କରି ନିରାଡମ୍ବରରେ ପାଳିତ

310

କୋରାପସ୍ୱଙ୍କ ;ତା୨୮-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସରକାରୀ କଲେଜ ,କୋରାପୁଟର ସୁବର୍ଣ୍ଣ ଜୟନ୍ତୀ ଉସôବ ଲାଣ୍ଡିଗୁଡାଠାରେ ପାଳିତ ହୋଇଯାଇଛି ।ପରୀକ୍ଷାକୁ ଆଳ କରି କର୍ତୂପକ୍ଷ ନିରାଡମ୍ବରରେ ଉସôବକୁ ପାଳଣ କରିଥିବାରୁ କେତେକ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯେହୁତୁ ଏହା ଆମ୍ଭର ୫୦ ବର୍ଷ ପୂର୍ତି ଉସôବ ତେଣୁ ଆଡମ୍ବର ସହକାରେ ପାଳନ କରିଥିଲେ ଭଲ ହୋଇଥାନ୍ତା ବୋଲି ଛାତ୍ରଛାତ୍ରୀ ମତପୋଷଣ କରିଥିଲେ । କଲେଜ ଅଧ୍ୟକ୍ଷ ଡ .ଶୁଭେନ୍ଦୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।କଲେଜରେ ରହିଥିବା ସମସ୍୍ୟାଗୁଡିକ ସମାଧାନ କରିବା ନିମନ୍ତେ ସେ ପ୍ରତିଶୃତି ଦେଇଥିଲେ ।ଶିକ୍ଷାର ଢାଂଚା ଦ୍ରୁତଗତିରେ ବଦଳୁଥିବାରୁ ସେହିନୁସାରେ ଶିକ୍ଷାର୍ଥୀମାନେ ନିଜକୁ ପ୍ରସ୍ତୁତ କରି ଶିକ୍ଷା ଗ୍ରାହଣ କରିବାକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମୁଖ୍ୟ ବକ୍ତାଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।କୋରାପୁଟ କଲେଜରେ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି ଓ ଓବିସି ସଂପ୍ରଦାୟର ହୋଇଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ ।ଚାକିରୀ ପଛରେ ନ ପଡି ଆତ୍ମନିର୍ଭରଶୀଳ ହେବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।କଲେଜର ଯାହାସବୁ ସମସ୍୍ୟା ରହିଛି ତାହାକୁ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହ ଆଲୋଚନା କରିବାକୁ କଲେଜ କର୍ତୂପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରରେ ଅଧ୍ୟକ୍ଷ ଡ.ପାଢୀ ଉପଢୈାକନ ଦେଇ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ମାଝିଙ୍କୁ ସମ୍ମନ୍ନିତ କରିଥିବା ବେଳେ ଡ.କୈବଲ୍ୟ ବେହେରା ଉପଢୈାକନ ଦେଇ ମୁଖ୍ୟବକ୍ତା ଶ୍ରୀ ମାଝିଙ୍କୁ ସମ୍ମାନ୍ନିତ କରିଥିଲେ ।ଉକ୍ତ କଲେଜର ଗଣିତ ଅଧ୍ୟାପକ ପ୍ରଭାତୀ ଝୋଡିଆ ଯିଏ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିଲେ ଓ ଝୋଡିଆ ସଂପ୍ରଦାୟର ପ୍ରାଥମ ମହିଲା ଓଏଏସ ତାଙ୍କୁଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଉପଢୈାକନ ଦେଇ ସମ୍ମାନ୍ନିତ କରିଥିଲେ । କଲେଜର ପୂରାତନ ଛାତ୍ର ତଥା ଚିତ୍ରକୁଣ୍ଡା ବିଧାୟକ ଡମ୍ବରୁ ଶିଶାଙ୍କୁ ମଧ୍ୟ ଉପଢୈାକନ ଦେଇ ଅଧ୍ୟାପକ ଦୀପକ କୁମାର ପଟନାୟକ ସମ୍ମାନ୍ନିତ କରିଥିଲେ । ଉସôବଟି ଆଉ ଟିକେ ଭଲ ଭାବରେ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ଚିତ୍ରକୁଣ୍ଡା ବିଧାୟକ ତଥା କଲେଜର ପୂରାତନ ଛାତ୍ର ଡମ୍ବରୁ ଶିଶା ପ୍ରକାଶ କରିଥିଲେ ।ପୂରାତନ ଛାତ୍ର ସଂଘ ଦ୍ୱାରା କଲେଜ ପଡିଆରେ ୨୯ ଓ ୩୦ ତାରିଖ ଦୁଇଦିନ ଧରି ସୁବର୍ଣ୍ଣ ଜୟନ୍ତି ଉସôବ ପାଳନ କରାଯିବ ।ଏଥିରେ କଲେଜର ଅନେକ ପୂରାତନ ଛାତ୍ରଛାତ୍ରୀ ଓ ଅଧ୍ୟାପକ /ଅଧ୍ୟାପିକାମାନେ ସାମିଲ ହୋଇ ସେମାନଙ୍କ ଅନୁଭୂତି ପରିପ୍ରକାଶ କରିବେ ଓ ତତସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।ଶେଷରେ ଅଧ୍ୟାପକ ଦୀପକ କୁମାର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହା ସୁବର୍ଣ୍ଣ ଜୟନ୍ତୀ ଉସôବ ହୋଇଥିବା ବେଳେ ପୂରାତନ ଛାତ୍ର /ଛାତ୍ରୀମାନେ ଅଂଶଗ୍ରହଣ କରି ନ ଥିବା ଦେଖିବାକୁ ମିଳିଥିବା ବେଳେ କଲେଜର ପୂରାତନ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଜଣେ ଦୁଇ ଜଣଙ୍କୁ ଛାଡିଦେଲେ ଅନ୍ୟକାହାର ଦେଖା ନ ଥିବା ନଜର କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବହୁତ କମ ଥିଲା ।ସୁବର୍ଣ୍ଣ ଜୟନ୍ତୀ ହେଉଛି ପୂରାତନ ତଥା ବର୍ତମାନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଖୁସିର ଉସôବ କିନ୍ତୁ କଲେଜ କର୍ତୂପକ୍ଷ ପରୀକ୍ଷା ଆଳରେ ଏହାକୁ ଆଡମ୍ଭର ସହକାରେ ପାଳନ ନ କରିବା କଣ ଯୁକ୍ତିଯୁକ୍ତ କି ! ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.