Home କନ୍ଧମାଳ ସରକାରୀ କର୍ମଚାରୀଙ୍କ ପାଇଁ କନ୍ଧମାଳ ଜିଲ୍ଲା ପାଲଟିଛି ଭୁ-ସ୍ୱର୍ଗ: ସରକାରୀ ନିୟମକୁ ଉଲଂଘନ କରି ଗୋଟିଏ...

ସରକାରୀ କର୍ମଚାରୀଙ୍କ ପାଇଁ କନ୍ଧମାଳ ଜିଲ୍ଲା ପାଲଟିଛି ଭୁ-ସ୍ୱର୍ଗ: ସରକାରୀ ନିୟମକୁ ଉଲଂଘନ କରି ଗୋଟିଏ ସ୍ଥାନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଅଭିଯୋଗ

96

ବାଲିଗୁଡା, ୬/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ବାଲିଗୁଡା ଭଳି ସମସ୍ତ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉନଥିବା ଦେଖିବାକୁ ମିଳୁଛି। ସରକାରୀ ଚାକିରିଆ ମାନେ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ରହିବା ନିୟମ ନଥିଲେ ମଧ୍ୟ ଉକ୍ତ ନିୟମକୁ ଉଲଂଘନ କରି ଜଣେ ଜଣେ କର୍ମଚାରୀ ୪ବର୍ଷରୁ ୬ବର୍ଷ ଏପରି କି ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରହିଆସୁଥିଲେ ମଧ୍ୟ ସେମାନଙ୍କର ବଦଳି ହେଉନଥିବା କୁହାଯାଏ।

କେତେକ କର୍ମଚାରୀ ରାଜନୈତିକ ଚାପ ପକାଇ ଗୋଟିଏ ସ୍ଥାନରେ ଗୋଟିଏ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ବିଶେଷ କରି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସେଚନ, ଗ୍ରାମ୍ୟ ପରିମଳ, ଶିକ୍ଷାବିଭାଗ ଓ ଜିଲାପାଳ ଉପ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟକରୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉନଥିବା ଏପରିକି କେତେକ କର୍ମଚାରୀ ଯେଉଁ ସ୍ଥାନରେ ଚାକିରରେ ଯୋଗ ଦେଇଥିଲେ ସେହି ସ୍ଥାନରେ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ମଧ୍ୟ ବହୁ ନଜିର ରହିଛି।

ଜିଲାପାଳ ଓ ଉପ ଜିଲ୍ଲାପାଳ ଅନ୍ୟାନ୍ୟ ବିଭାଗର ମୁଖ୍ୟ ମାନେ ଏଦିଗରେ ତଦନ୍ତ କରି ୩ବର୍ଷରୁ ଉର୍ଦ୍ଧ ରହିଥିବା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.