Home ଜିଲ୍ଲା ପରିକ୍ରମା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଖେରଙ୍ଗଠାରେ ୧୦ତମ ଅନ୍ତର୍ଜାତୀୟ ଆୟୁର୍ବେଦ ଦିବସ ପାଳିତ

ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଖେରଙ୍ଗଠାରେ ୧୦ତମ ଅନ୍ତର୍ଜାତୀୟ ଆୟୁର୍ବେଦ ଦିବସ ପାଳିତ

4

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି ୧୦ତମ ଆୟୁର୍ବେଦ ଦିବସ ମହା ସମାରୋହରେ ପାଳନ କରାଯାଇଛି। ଏହି ବର୍ଷର ୧୦ମ ଆୟୁର୍ବେଦ ଦିବସ ‘‘ମାନବ ଜାତି ଓ ପୂଥିବୀ ପାଇଁ ଆୟୁର୍ବେଦ’’ ର ଥିମ ସହିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଖେରଙ୍ଗଠାରେ ୧୦ତମ ଅନ୍ତର୍ଜାତୀୟ ଆୟୁର୍ବେଦ ଦିବସ ଆୟୋଜନ କରାଯାଇଥିଲା ଯଦ୍ୱାରା ଆୟୁର୍ବେଦର ଲାଭକୁ ବ୍ୟାପକ ଓ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ମଧ୍ୟରେ ସଂପ୍ରସାରିତ କରାଯାଇ ପାରିବ ବୋଲି ମେଡିକାଲର ମେଡିକାଲ ଅଫିସର ଡକ୍ଟର ଇତିଶ୍ରୀ ଦାସ ସମସ୍ତ ଜନସାଧାରଣ ମାନଙ୍କୁ ଆୟୁର୍ବେଦ ବିଷୟରେ ବୁଝାଇଥିଲେ। ଡକ୍ଟର ଇତିଶ୍ରୀ ଦାସ ଆହୁରୀ ମଧ୍ୟ କହିଥିଲେ ଯେ ଆୟୁର୍ବେଦ ଏକ ରୋଗ ନିବାରଣ ବିଜ୍ଞାନ ଅଟେ। ଏହା ଏକ ପ୍ରାଚୀନ ଜ୍ଞାନ ଅଟେ ଏବଂ ଆମର ଗବେଷଣା ପରିଷଧ ଆୟୁଷ କ୍ଷେତ୍ରରେ କିଛି ପ୍ରଭାବଶାଳୀ ଗବେଷଣା କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ କ୍ୟାମ୍ପଂର ଉଦ୍ଦେଶ୍ୟ ଆୟୁର୍ବେଦ ଏବଂ ଏହାର କ୍ଷମତାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା। ଆୟୁର୍ବେଦ ଏବେ ବିଶ୍ୱ ସ୍ତରରେ ପ୍ରସିଦ୍ଧ ହୋଇଛି ।ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଅଟେ। ଜଙ୍ଗଲରେ ରହୁଥିବା ଲୋକମାନଙ୍କ ସହଯୋଗ ଦ୍ୱାରା ଆୟୁର୍ବେଦର ବିକାଶ କରାଯାଇପାରିବ। ଆୟୁର୍ବେଦ ହିଁ ଏପରି ଏକ ଚିକିତ୍ସା ବିଜ୍ଞାନ ଯାହା ରୋଗର ପ୍ରତିକାର ବିଷୟରେ କହିଥାଏ ବୋଲି ଡକ୍ଟର ଇତିଶ୍ରୀ ଦାସ ବୁଝାଇବାପରେପରେ ଯୋଗଶିକ୍ଷକଙ୍କ ଦ୍ୱାରା ଆସନ,ପ୍ରାଣାୟମ ଅଭ୍‌ଯାସ କରାଯାଇଥିଲା। ବୃକ୍ଷରୋପଣ କରିବା ପରିବେଶ ରକ୍ଷାକରିବା,ଯୋଗ କରିବା ନିରୋଗ ରହିବା ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇ ଶେଷରେ ବୃକ୍ଷ ରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.