Home ଓଡ଼ିଶା ସରକାରଙ୍କ ୧୦୦ ଦିନର ରିପୋର୍ଟ ଉପସ୍ଥାପନ କଲେ ଶ୍ରୀ ପ୍ରକାଶ ଜାଭଡେକର

ସରକାରଙ୍କ ୧୦୦ ଦିନର ରିପୋର୍ଟ ଉପସ୍ଥାପନ କଲେ ଶ୍ରୀ ପ୍ରକାଶ ଜାଭଡେକର

147

– ସରକାର ଅନେକ ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତି ଗ୍ରହଣ କରିଛନ୍ତି
– ‘ଜନ କନେକ୍ଟ’ ପୁସ୍ତିକା ଉନ୍ମୋଚନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ
– ‘ଭାରତର ବିକାଶ ତ୍ୱରାନ୍ୱିତ-୧୦୦ ଦିନର ଦୃଢ଼ ପଦକ୍ଷେପ ଓ ନିର୍ଣ୍ଣାୟକ ନିଷ୍ପତି’ ଉପରେ ପ୍ରଦର୍ଶନୀ ଉଦଘାଟିତ

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଦ୍ୱିତୀୟ କାର୍ଯ୍ୟକାଳରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ନିଷ୍ପତି ସମ୍ବନ୍ଧରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ‘ଜନ କନେକ୍ଟ’ ନାମକ ଏକ ପୁସ୍ତିକାକୁ ଉନ୍ମୋଚନ କରିବା ସହ ‘ବିକାଶ ପଥେ ଭାରତ-୧୦୦ ଦିନର ଦୃଢ଼ ପଦକ୍ଷେପ ଓ ନିର୍ଣ୍ଣାୟକ ନିଷ୍ପତି’ ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିଥିଲେ।

ଜାମ୍ମୁ କାଶ୍ମୀର ଓ ଲଦାଖ-ଭାରତର ମୁକୁଟ, ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ବ୍ୟାପକ ଅର୍ଥନୈତିକ ସଂସ୍କାର, ବ୍ୟବସାୟିକ ସୁଗମତା, ସମାଜର ସବୁବର୍ଗଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା, ସମସ୍ତଙ୍କର ସଶକ୍ତିକରଣ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ଜଳ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ, ଉତମ ପ୍ରଶାସନ, ଭାରତକୁ ସୁରକ୍ଷା ପ୍ରଦାନ କରୁଥିବା ଲୋକଙ୍କ ପ୍ରତି ଉତ୍ସର୍ଗ ସରକାରଙ୍କ ପ୍ରଥମ ନିଷ୍ପତି, ଉଚ୍ଚଶିକ୍ଷା ଭିତିଭୂମି ଉପରେ ଗୁରୁତ୍ୱ, ଆବିଷ୍କାର ସୋପାନରେ, ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ର, ମୋଦୀ ସରକାରଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା, ବିଶ୍ୱସ୍ତରରେ ଭାରତର ସମ୍ମାନରେ ବୃଦ୍ଧି, ବୈଶ୍ୱିକ କାର୍ଯ୍ୟକ୍ରମରେ ଭାରତର ଉନ୍ନତି, ଜି-୨୦ରେ ପ୍ରଧାନମନ୍ତ୍ରୀ ମୋଦୀ, ପଡୋଶୀ ପ୍ରଥମେ ନୀତି, ବୃଦ୍ଧି ପାଇଥିବା ପଡୋଶୀଙ୍କ ସହିତ ଆମ ସମ୍ପର୍କରେ ବୃଦ୍ଧି, ବିଶ୍ୱସ୍ତରରେ ଭାରତର ପ୍ରଭାବ ବୃଦ୍ଧି, ଜି-୭ ସମ୍ମିଳନୀ, ରୁଷ ସହ ସମ୍ପର୍କ ଦୃଢ଼ୀକରଣ, ଉତର-ପୂର୍ବାଂଚଳର ବିକାଶ, ଗଣମାଧ୍ୟମ କଭରେଜ, ନାଗରିକଙ୍କ ସ୍ୱର ଆଦି ବିଷୟ ଏହି ପୁସ୍ତିକାରେ ରହିଛି।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀ ଜାଭଡେକର କହିଲେ ଯେ ସରକାର ଅଭୂତପୂର୍ବ ଗତିରେ ଅନେକ ଐତିହାସିକ ଏବଂ ଯୁଗାନ୍ତକାରୀ ନିଷ୍ପତି ଗ୍ରହଣ କରିଛନ୍ତି। ଇସ୍ରୋର ଉତ୍ସର୍ଗୀକୃତ ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିଥିବାରୁ ତଥା ବୈଜ୍ଞାନିକ ସମ୍ପ୍ରଦାୟକୁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ। ଜାମ୍ମୁ, କାଶ୍ମୀର ଓ ଲଦାଖରେ ଜନସାଧାରଣଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ପାଇଁ ଧାରା ୩୭୦ ଓ ୩୫-ଏର ଉଚ୍ଛେଦ, ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା, ଭିତିଭୂମି ଓ ସାମାଜିକ କ୍ଷେତ୍ରରେ ବଡ ଧରଣର ନିବେଶ, ବ୍ୟବସାୟିକ ସୁଗମତା, ତିନି ତଲାକ ବିରୋଧରେ ଆଇନଗତ ପଦକ୍ଷେପ, ଜିଏସଟି ଓ ଆଇଟି ରିଟର୍ଣ୍ଣ ଫାଇଲ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବାହ୍ୟ ବାଧା ଦୂର, ଜଳ ଶକ୍ତି ଅଭିଯାନ, ହର ଘର ବିଜଲି ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ସାମାଜିକ କ୍ଷେତ୍ରରେ ସୁରକ୍ଷା, କୃଷକମାନଙ୍କ ପାଇଁ ବିଶ୍ୱରେ ସର୍ବାଧିକ ଆର୍ଥିକ ସହାୟତା, ଫିଟ ଇଣ୍ଡିଆ ପାଇଁ ଓ ଥରକେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଉପଯୋଗ ନିଷିଦ୍ଧ କରିବା ବିରୋଧରେ ଜନ ଆନ୍ଦୋଳନ, ଉତମ ପ୍ରଶାସନ ପାଇଁ ପଦକ୍ଷେପ, ଫଳପ୍ରଦ ସଂସଦୀୟ ଅଧିବେଶନ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟଧାରା ଆଦି ପ୍ରମୁଖ କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଗୁରୁତ୍ୱାରୋପ କରିଥିଲେ।

ଜିଡିପି ଅଭିବୃଦ୍ଧି ହାର ସମ୍ବନ୍ଧରେ ଦେଖାଦେଇଥିବା ଆଶଙ୍କା ସମ୍ପର୍କରେ କରି ଶ୍ରୀ ଜାଭଡେକର କହିଥିଲେ ଯେ ଅର୍ଥବ୍ୟବସ୍ଥାର ମନ୍ଥରଗତି ହେଉଛି ଚକ୍ରାକାର, ଭାରତୀୟ ଅର୍ଥନୀତିର ମୂଳଭିତି ସୁଦୃଢ଼ ରହିଛି। ବୈଦେଶିକ ନିବେଶ ଓ ଘରୋଇ ଚାହିଦା ବୃଦ୍ଧି ଫଳରେ ଖୁବ ଶୀଘ୍ର ଜିଡିପି ହାରରେ ବୃଦ୍ଧି ଘଟିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.