Home ଅପରାଧ ସରକାରଙ୍କ ଲକ୍ ଡାଉନ୍ ନିୟମକୁ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଖଣିରେ ଖୋଲାଖୋଲି ଉଲ୍ଲଂଘନ, ପ୍ରଶାସନର ନଜର...

ସରକାରଙ୍କ ଲକ୍ ଡାଉନ୍ ନିୟମକୁ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଖଣିରେ ଖୋଲାଖୋଲି ଉଲ୍ଲଂଘନ, ପ୍ରଶାସନର ନଜର ପଡିବ କେବେ ?

253

କେନ୍ଦୁଝର,ତା ୨୫ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସାରା ବିଶ୍ବରେ କରୋନା ମହାମାରୀର ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଆମ ଦେଶର ଲୋକମାନଙ୍କୁ ଏହି ମହାମାରୀ ଠାରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ସଚେତନତା ଓ ଲକ୍ ଡାଉନ୍ ନିୟମ ଲାଗୁ କରିଛନ୍ତି । ସେହି ନିୟମକୁ ପାଳନ ଓ ରାଜ୍ୟର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବା ସହ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି କରିଛନ୍ତି । ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଉଚ୍ଚବାଲି ଠାରେ ଥିବା ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଖଣିରେ ସରକାରଙ୍କ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଉଭୟ ସରକାରଙ୍କ ନିୟମ ଓ ବିଭିନ୍ନ ସଚେତନତା ପରେବି ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ୍ କମ୍ପାନୀ ଖଣି ପରିସରରେ ନିୟୋଜିତ ଥିବା ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ ଉପରେ ଗୁରୁତ୍ବ ଦେଇନାହିଁ । ଚଳିତ ମାସ ଗତ ୨୩ ତାରିଖ ରାତି ୧୦ ଘଟିକା ଠାରୁ ସକାଳ ୬ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ସରକାରଙ୍କ ନିୟମ ଅନୁଯାୟୀ ସାମାଜିକ ଦୂରତା ନ ରଖିଥିବା ସହ ସେମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କରୋନା ମହାମାରୀକୁ ନେଇ ସମସ୍ତ ବିଶ୍ଵର ଲୋକ ଭୟ କରୁଥିବା ବେଳେ ଓଡ଼ିଶାର ଲୋକମାନେ ବିଭିନ୍ନ ସମସ୍ୟାରେ ରହି ମଧ୍ୟ ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାରେ ରହି ସରକାରଙ୍କ ଲକ୍ ଡାଉନ୍ ନିୟମକୁ ପାଳନ କରୁଛନ୍ତି । ହେଲେ କମ୍ପାନୀର ଏହି ଭଳି କାର୍ଯ୍ୟକୁ ନେଇ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହୁଥିବା ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ଦ୍ଵାରା କରାଯାଇଥିବା ନିୟମ କ’ଣ ଖଣି ଅଞ୍ଚଳ ପାଇଁ ନୁହେଁ ? ଯଦି ହଁ ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଅଞ୍ଚଳର ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.