Home ଜିଲ୍ଲା ପରିକ୍ରମା ସରକାରଙ୍କ ନୂଆ ନିୟମ ପାଇଁ ଧିମେଇଛି ଚାଷୀ ପଂଜୀକରଣ, ୨ ସପ୍ତାହରେ ୧୫ ସମିତିରେ ୨୪୭୮...

ସରକାରଙ୍କ ନୂଆ ନିୟମ ପାଇଁ ଧିମେଇଛି ଚାଷୀ ପଂଜୀକରଣ, ୨ ସପ୍ତାହରେ ୧୫ ସମିତିରେ ୨୪୭୮ ଚାଷୀ ପଞ୍ଜୀକୃତ, ପଂଜୀକରଣ ପାଇଁ ଚାଷ କାର୍ଯ୍ୟ ଛାଡ଼ି ସମିତିକୁ ଦୌଡ଼ୁଛନ୍ତି ଚାଷୀ

28

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କର ନୂଆ ନିୟମ ପାଇଁ ଚାଷୀ ପଂଜୀକରଣ ଧିମେଇ ଯାଇଛି। ଚାଷୀ ପଂଜୀକରଣ ହେବାର ୨ସପ୍ତାହ ବିତିଥିଲେ ମଧ୍ୟ ଆଶାଜନକ ଚାଷୀ ପଞ୍ଜୀକରଣ ହୋଇପାରିନଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନରେ ଥିବା ୧୫ଟି ସମିତିରେ ଏବେସୁଦ୍ଧା ୨୪୭୮ ଚାଷୀ ପଂଜୀକୃତ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ସପ୍ତାହ ମଧ୍ୟରେ ଆହୁରି ଅଧିକ ଚାଷୀ ପଞ୍ଜୀକୃତ ହୋଇ ପାରିଥାନ୍ତେ। ମାତ୍ର ସରକାରଙ୍କର ଚାଷୀ ପଂଜୀକରଣ ପାଇଁ ବଂଶାନୁବଳୀ ନିୟମ ପାଇଁ ଚାଷୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନେକ ଚାଷୀ ବଂଶାବଳୀ ନିୟମ ପାଇଁ ମଧ୍ୟ ଚାଷୀ ପଞ୍ଜୀକରଣରୁ ବଂଚିତ ହେବାର ସମ୍ଭାବନା ରହିଛି। ଖରିଫ୍ ଚାଷ ସମୟରେ ଚାଷୀମାନେ ରୁଆପୋତା କରି ନପାରି ସମିତିକୁ ପଂଜୀକରଣ ପାଇଁ ବାରମ୍ବାର ଦୌଡ଼ୁଛନ୍ତି। ଏଥିସହିତ ବଂଶାବଳୀ ପ୍ରମାଣପତ୍ର ପାଇଁ ମଧ୍ୟ ଆର.ଆଇ. ଅଫିସ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତବର୍ଷ ବଂଶାବଳୀ ନିୟମ ପାଇଁ ଚାଷୀ ପଂଜୀକୃତ ହେବାରେ ବିଳମ୍ବ ହେଉଛି। ଖବର ନେବାରୁ ଜଣାପଡ଼ିଛି ଯେ ଶୁକ୍ରବାର ସୁଦ୍ଧା ଭାଟପଡ଼ା ସମିତିରେ ୩୮୦ଜଣ ଚାଷୀ, ପାଳିଆବିନ୍ଧାରେ ୧୫୩, ନିଶ୍ଚନ୍ତପୁରରେ ୨୪୪, ଆରସାରେ ୯୮, ଗାନ୍ଧିନଗର ୬୦, ମଙ୍ଗଳପୁରେ ୧୮୭, ବାମନବିନ୍ଧାରେ ୧୮୦, ବିଲଣାରେ ୩୮, ଅଣ୍ଡରାଇରେ ୭୨, ଜାମଯୋଡ଼ିରେ ୧୬୦, ଅମୃତପୁରରେ ୨୫୪, ଚାରିତରଫରେ ୨୮୦, ବାରସରରେ ୭୩, ଶ୍ୟାମସୁନ୍ଦରପୁର ୧୬୮ ଏବଂ ନରେନ୍ଦ୍ରପୁର ସମିତିରେ ୧୩୧ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହି ସମିତି ମଧ୍ୟରୁ ଯେଉଁ ସମିତିମାନଙ୍କରେ ଚାଷୀ ପଞ୍ଜୀକୃତ ସଂଖ୍ୟା ହ୍ରାସ ପାଇଛି ସେହିସବୁ ସମିତିରେ ବଂଶାବଳୀ ନିୟମ ପାଇଁ ପଞ୍ଜୀକରଣ ହ୍ରାସ ପାଇଥିବା କଥା ସମ୍ପାଦକମାନେ କହିଛନ୍ତି। ତେବେ ଗତ ବର୍ଷ ଠାରୁ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ କମିବା ନେଇ ଆଶଂକା ଦେଖା ଦେଇଛି। ତେବେ ବଂଶାବଳୀ ନିୟମକୁ ତୁରନ୍ତ ପରିବର୍ତନ କରାଗଲେ ଅଧିକ ଚାଷୀ ପଞ୍ଜୀକରଣ ହୋଇପାରିବ ବୋଲି ଚାଷୀଙ୍କ ମହଲରେ ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.