Home ଓଡ଼ିଶା ସରକାରଙ୍କ ଗାଇଡଲାଇନ ଉଲଙ୍ଘନ ସୁରଟ ଫେରନ୍ତାଙ୍କ ସହ ଚାଟାର୍ଡ ଏକାଉଣ୍ଟାଣ୍ଟଙ୍କୁ ସାଙ୍ଗରେ ରଖିଲା ପ୍ରଶାସନ

ସରକାରଙ୍କ ଗାଇଡଲାଇନ ଉଲଙ୍ଘନ ସୁରଟ ଫେରନ୍ତାଙ୍କ ସହ ଚାଟାର୍ଡ ଏକାଉଣ୍ଟାଣ୍ଟଙ୍କୁ ସାଙ୍ଗରେ ରଖିଲା ପ୍ରଶାସନ

185

ହାଟଡ଼ିହି-୬/୪, କୋଭିଡ-୧୯ ବିରୁଦ୍ଧରେ ଏବେ ସମସ୍ତେ ଲଢ଼ୁଥିବାବେଳେ ସରକାର ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଏହି ଗାଇଡଲାଇନ ଅନୁଯାଇ କାର୍ଯ୍ୟ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ୧/୫/୨୦୨୦ରେ ଜାରିକରାଯାଇଥିବା ଗାଇଡଲାଇନରେ ବାହାର ରାଜ୍ୟରୁ ଫେରୁଥିବା ଛାତ୍ରଛାତ୍ରୀ, ବୃତ୍ତିଗତ ଅଧିକାରୀ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ବା ତୃତୀୟ ଲିଙ୍ଗଧାରୀ ମାନେ ଚାହିଁଲେ ହୋମ କ୍ୱାରେଣ୍ଟାଇନରେ ରହି ପାରିବେ । କିନ୍ତୁ ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତରେ ଏହାର ବ୍ୟତିକ୍ରଅମ ଦେଖିବାକୁ ମିଳିଛି । ଏନ.ଟି.ପି.ସି ଝାଡଖଣ୍ଡରେ ଚାଟାର୍ଡ ଏକାଉଣ୍ଟାଣ୍ଟ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଗତ ୩ତାରିଖରେ କେନ୍ଦୁଝର ଜିଲ୍ଲାପାଳଙ୍କ ସୁପାରିଶ ଅନୁସାରେ ନିଜେ ଏକ ଭଡାଗାଡିରେ ଓଡିଶାକୁ ଆସିଥିଲେ । ସେ ଘରକୁ ନଯାଇ ବ୍ଲକକୁ ଯାଇ ବିଡିଓଙ୍କୁ ଜଣାଇବାପରେ ବହୁ ସମୟପରେ ବିଡିଓ ତାଙ୍କୁ ସଡଙ୍ଗ ସ୍କୁଲରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦେଇଥିଲେ । ତାଙ୍କର ଘରେ ସମସ୍ତ ପ୍ରକାର ସୁବିଧା ଅଛି ଓ ସେ ନିଜେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଇଛା କରୁଛନ୍ତି ବୋଲି କହିଥିଲେ ବି କେହି ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । ଆମେ ଯାହା କହୁଛୁ ତାହା କର ବୋଲି ବିଡିଓ କହିବାରୁ ସେ ବାଧ୍ୟହୋଇ ନିରବ ରହିଥିଲେ । ଏପରିକି ସେ ସରପଞ୍ଚଙ୍କୁ ଜଣାଇଥିଲେବି ସେ ବିଡିଓଙ୍କ ନିର୍ଦ୍ଦେଶ, ଆମେ କିଛି କରିପାରିବୁ ନାହିଁ କହି ସୁରଟ ଫେରନ୍ତା ଶ୍ରମିକଙ୍କ ସହିତ ରଖିଥିଲେ । ଯାହାକି କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ ଆହ୍ୱାନ ସୃଷ୍ଟି କରୁଛି । କ୍ୱାରେଣ୍ଟାଇନ ମାନଙ୍କରେ ଏହି ସୁଯୋଗ ଦେବାପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିଲେବି ଏଠାରେ ସରପଞ୍ଚ ତାହାକୁ ଲାଗୁ କରିନାହାନ୍ତି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଣେ ବୃତ୍ତିଗତ ଅଧିକାରୀଙ୍କୁ ସୁରଟ ଫେରନ୍ତା ଶ୍ରମିକ ମାନଙ୍କ ସହ ରଖିବା କେତେଦୁର ଯଥାର୍ଥ ବୋଲି ବ୍ୟକ୍ତି ଜଣକ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ ଆମ ପାଖକୁ କୌଣସି ଗାଇଡଲାଇନ ଆସିନାହିଁ ତେଣୁ ବିଡିଓଙ୍କ ନିର୍ଦ୍ଦେଶରେ ଆମେ କାର୍ଯ୍ୟ କରିଛୁ ବୋଲି କହିଛନ୍ତି । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.