Home ଓଡ଼ିଶା ସରକାରଙ୍କ ଏହି ସ୍କିମ ଦ୍ବାରା ଆପଣ କରିପାରିବେ ବ୍ୟବସାୟ

ସରକାରଙ୍କ ଏହି ସ୍କିମ ଦ୍ବାରା ଆପଣ କରିପାରିବେ ବ୍ୟବସାୟ

424

ନୂଆଦିଲ୍ଲୀ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଯଦି ଆପଣ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି କିନ୍ତୁ ଛୋଟ ସହରରେ ରହିବା କାରଣରୁ ବ୍ୟବସାୟ କରିପାରୁନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ସ୍କିମ ବିଷୟରେ ଜଣାଇବୁ ଯାହା ଜରିଆରେ ଆପଣ ସରକାରଙ୍କ ସହିତ ବ୍ୟବସାୟ କରିପାରିବେ। ଏହି ଅନଲାଇନ୍ ପ୍ରଣାଳୀକୁ ଆହୁରି ବି ମଜବୁତ କରିବା ପାଇଁ ଏହା ଯୋଜନା ଉପରେ କାମ ଚାଲୁଛି।

ଏହି ସ୍କିମରେ ଠିକ୍ ସମୟ ଭିତରେ ବ୍ୟବସାୟୀଙ୍କ ପେମେଣ୍ଟ, ଆୟ ଏବଂ ବ୍ୟୟ ରେଟିଂ ଇତ୍ୟାଦି ସାମିଲ ଅଛି। ବାଣିଜ୍ୟ ମନ୍ତ୍ରାଳୟ ସରକାରୀଙ୍କ କିଣାବିକାକୁ ପାରଦର୍ଶୀ ବନାଇବା ପାଇଁ ସରକାରୀ ଇ-ମାର୍କେଟପ୍ଲେସ (ଜେମ)କୁ ଅଗଷ୍ଟ ୨୦୧୬ରେ ଆରମ୍ଭ କରିଥିଲେ।

ବରିଷ୍ଠ ଅଧିକାରୀ କହିଛନ୍ତି ଆମେ ଅନେକ ଯୋଜନା ଉପରେ କାମ କରୁଛୁ। ଏଥିରେ ବ୍ୟବସାୟୀଙ୍କୁ ସମୟ ଭିତରେ ସୁନିଶ୍ଚିତ କରିବା, ଲଘୁ ଏବଂ ମଧ୍ୟମ ଉଦ୍ୟେଗଙ୍କୁ ବ୍ୟାଙ୍କ୍ କାର‌୍ୟ୍ୟଶୀଳ ପୁଞ୍ଜି ଉପଲବ୍ଧ କରାଇବା ଏବଂ କ୍ଷମତାକୁ ଭଲ କରିବା ପାଇଁ ଗ୍ରାହକ ଏବଂ ବିକ୍ରିର ରେଟିଂ ଦେବା ମଧ୍ୟ ସାମିଲ ଅଛି।

ଦିଆଯାଇଥିବା ସମୟ ଭିତରେ ଗ୍ରାହକଙ୍କୁ ୧୦ ଦିନ ଭିତରେ ପେମେଣ୍ଟ କରିବାକୁ ହେବ। କିନ୍ତୁ ଏବେ ଏହାକୁ ଠିକ ଭାବରେ ଲାଗୁ କରାଯାଇପାରି ନାହିଁ। ଅଧିକାରୀ କହିଛନ୍ତି ସମୟ ଭିତରେ ସରକାରଙ୍କୁ ଭେଣ୍ଡର ଏବଂ ଏମଏସଏମଇକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ସୋହନ ଦେବାରେ ସାହାଯ୍ୟ ମିଳିବ।

ଜେମ୍ ରେଜିଷ୍ଟ୍ରେସନ କରିବା ପାଇଁ  ଆପଣଙ୍କ ପାଖରେ ଏହି କାଗଜପତ୍ର ରହିବା ଆବଶ୍ୟକ।

-ଆଧାର କାର୍ଡ

-ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର

-ସିନ୍, ପିନ୍, ଡିଆଇପିପି, ଉଦ୍ୟେଗ ଆଧାର, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ

-ଫର୍ମର ଠିକଣା

-ବ୍ୟାଙ୍କ ଖାତା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.