Home ଓଡ଼ିଶା ସରକାରଙ୍କ ଅଗଷ୍ଟମାସ କୋଭିଡ୍ ଗାଇଡଲାଇନ୍ ଜାରି – ବାଲେଶ୍ୱରରେ ଜିଲ୍ଲାପାଳଙ୍କ ଅତିରିକ୍ତ ନିର୍ଦ୍ଦେଶକୁ ଅପେକ୍ଷା

ସରକାରଙ୍କ ଅଗଷ୍ଟମାସ କୋଭିଡ୍ ଗାଇଡଲାଇନ୍ ଜାରି – ବାଲେଶ୍ୱରରେ ଜିଲ୍ଲାପାଳଙ୍କ ଅତିରିକ୍ତ ନିର୍ଦ୍ଦେଶକୁ ଅପେକ୍ଷା

190

ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ନେଇ ଅଗଷ୍ଟ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଆଜି ଜାରି ହୋଇଥିଲେ ବି ବାଲେଶ୍ୱରରେ ଏହାର ରୂପରେଖ କ’ଣ ରହିବ ତାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରଶ୍ନ ଦେଖାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅଗଷ୍ଟ ମାସର କଟକଣା ଓ ସରକାରଙ୍କ କୋହଳ ନୀତି ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ରାତି ୯ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବବତ୍ ବଳବତ୍ତର ରହିବ। କେବଳ କଟକ, ଖୋର୍ଦ୍ଧା, ଗଜପତି ଓ ଗଞ୍ଜାମ ଜିଲ୍ଲା ସମେତ ରାଉରକେଲା ମହାନଗରରେ ସପ୍ତାହାନ୍ତ ଦୁଇଦିନିଆ ସଟଡାଉନ୍ ପୂର୍ବଭଳି ଜାରି ରହିବ। ତେବେ ୧ ଓ ୨ତାରିଖରେ ଅପରାହ୍ନ ୧ଟାରୁ ସଟ ଡାଉନ୍ ଆରମ୍ଭ ହେବ। ସକାଳ ୫ ଟାରୁ ଦିନ ଗୋଟାଏ ମଧ୍ୟରେ ସମ୍ପୃକ୍ତ ୪ ଟି ଜିଲ୍ଲା ଓ ରାଉରକେଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ପୂର୍ବଭଳି କଡ଼ାକଡ଼ି ଲକ୍‌ଡାଉନ୍ ଜାରି ରହିବ। ଅଗଷ୍ଟମାସ ପାଇଁ ଘୋଷଣା ଅନୁଯାୟୀ ମାସ୍କ ନ ପିନ୍ଧିଲେ ପ୍ରଥମ ୨ ଥର ପାଇଁ ହଜାରେ ଲେଖାଏଁ ଓ ତୃତୀୟ ଥରଠାରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ। ସର୍ବସାଧାରଣ ସ୍ଥାନରେ ୧୦ ଜଣରୁ ଅଧିକ ଲୋକେ ଏକାଠି ହେଲେ ୧୦ ହଜାର ଟଙ୍କାର ଫାଇନ୍ ନିଆଯିବ। ଦୋକାନ ଓ ମାର୍କେଟ କମ୍ପେ୍ଲକ୍ସରେ ସାମାଜିକ ଦୂରତା ନ ରଖିଲେ ଦୋକାନ ମାଲିକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ସହ ୧ ମାସ ପାଇଁ ଦୋକାନ ସିଲ୍ କରାଯିବ। ବାହାଘର ବ୍ରତଘର ଆଦି ପାରିବାରିକ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ସମାଗମ ହେଲେ ୧୦ ହଜାର ଟଙ୍କା ଜରିମାନା କରାଯିବ। ଅଗଷ୍ଟ ୫ ତାରିଖରୁ ଯୋଗ କେନ୍ଦ୍ର ଓ ଜିମ୍ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ଖୋଲାଯାଇ ପାରିବ। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ି ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ସିନେମା ହଲ, ସଭାଗୃହ, ପବ୍ଲିକ ପାର୍କ, ବାର ପ୍ରଭୃତି ପୂର୍ବଭଳି ବନ୍ଦ ରହିବ। ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଏହି ନିୟମ ଉଲ୍ଲଂଘନ କଲେ କୋଭିଡ୍ ଆଇନ୍ ଅନୁସାରେ ଦଣ୍ଡିତ ହେବେ ବୋଲି ଚେତାବନୀ ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଉପରେ ବାଲେଶ୍ୱର ଜିଲ୍ଲାପାଳଙ୍କର ଆଉ କିଛି ଅତିରିକ୍ତ ନିର୍ଦ୍ଦେଶନାମା ରହିବ ନ କରିବେ ତାହାକୁ ନେଇ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.