Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ସୁନାମୀ ମୁକାବିଲା : : ଜିଲ୍ଲା ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

ସମ୍ଭାବ୍ୟ ସୁନାମୀ ମୁକାବିଲା : : ଜିଲ୍ଲା ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

50

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ସମ୍ଭାବ୍ୟ ସୁନାମୀ ମୁକାବିଲା ନେଇ ଏକ ଜିଲ୍ଲା ସ୍ତରୀୟ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲଲାପାଳ ଅରୁଣ କୁମାର ମହାପାତ୍ର ଏବଂ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି, ସେଲ୍‌ଟର ମ୍ୟାନେଜମ୍ୟାଣ୍ଟ ସ୍ପେଶାଲିଷ୍ଟ ମେଘନାଦ ବେହେରା, ଡ଼ି.ପି.ଓ ବିଶ୍ୱନାଥ ନାୟକ ପ୍ରମୁଖ ଏଥିରେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଆଲୋଚନା ରଖିଥିଲେ । ସିଭିଲ ଡ଼ିଫେନ୍‌ସର ବିଶ୍ୱରଞ୍ଜନ କୁଅଁର ଓ ନିଖିଲ କୁମାର ପୃଷ୍ଟି ପ୍ରଶିକ୍ଷକ ହିସାବରେ ସୁନାମୀ ସଚେତନତା, ସୁନାମୀ ସମୟରେ ସତର୍କତା, ସୁରକ୍ଷା ପାଇଁ ପଦକ୍ଷେପ କୌଶଳ ଆଦି ସମ୍ବନ୍ଧରେ ପୁଙ୍ଖାନୁ ପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଲ୍ଲେଖ ଯୋଗ୍ୟକି ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ୍‌ର ସୁନାମୀ ପ୍ରବଣ ୪୧ ଗୋଟି ଗ୍ରାମରେ ଥିବା ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମାଷ୍ଟର ଟ୍ରେନର ହେବାପାଇଁ ଏହି ଶିବିରରେ ଯୋଗଦେଇ ତାଲିମ ନେଲେ । ସେମାନଙ୍କ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁନାମୀ ପ୍ରସ୍ତୁତି ଉପରେ ତାଲିମ ଦେବାସହ ସମସ୍ତଙ୍କୁ ସଚେତନ କରାଇବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.