Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବାତ୍ୟା ଆମ୍ଫାନ କୁ ନେଇ ଧାମରାରେ ବୈଠକ

ସମ୍ଭାବ୍ୟ ବାତ୍ୟା ଆମ୍ଫାନ କୁ ନେଇ ଧାମରାରେ ବୈଠକ

112

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ଆମ୍ଫାନକୁ ନେଇ ଧାମରା ଗଙ୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଚାନ୍ଦବାଲି ବିଡିଓ ବିଜୟ ନାୟକ,ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମ୍ଭାବ୍ୟ ବାତ୍ୟା ଆମ୍ଫାନକୁ ନେଇ ଏହି ପ୍ରାକ ବୈଠକ ଅନୁଷ୍ଠିତ ହୋଇଥିଲା ।ସମୁଦ୍ର ଉପକୂଳ ଠାରୁ ୩ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ କଚ୍ଚା ଘରେ ରହିଥିବା ଲୋକଙ୍କୁ ସ୍ଥାନାନ୍ତରଣ କରାଯିବା ସହ ସମୁଦ୍ର ମଧ୍ୟକୁ କୌଣସି ମତ୍ସ୍ୟଜିବୀ ମାନଙ୍କୁ ଯିବାକୁ ବାରଣ କରାଯାଇଛି । ଯଦି କୌଣସି ମତ୍ସ୍ୟଜିବୀ ସମୁଦ୍ର ମଧ୍ୟକୁ ଯାଇଥାନ୍ତି ତାହେଲେ ସେମାନଙ୍କୁ ୧୭ ତାରିଖ ସନ୍ଧ୍ୟାସୁଦ୍ଧା ଉପକୂଳକୁ ଫେରିବା ପାଇଁ ସରକାର ନିର୍ଦେଶ ଦେଇଥିବା କଥା ମତ୍ସ୍ୟଜିବୀ ସଂଘକୁ ଜଣାଇ ଦିଆଯାଇଥିଲା । ବାତ୍ୟା କେଉଁଠି ଲ୍ୟାଣ୍ଡ ଫଲ କରିବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳି ନଥିଲେ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା ସହ ଏହା ଉତର ଓଡିଶା ଦେଇ ଗତି କରିବ ବୋଲି ସୂଚନା ଦିଆ ଯାଇଥିଲା । ଇତି ମଧ୍ୟରେ ଧାମରା,ବାଂଶଡା, ଜାଗୁଳା, କଇଥଖୋଲା,ଦୋସିଙ୍ଗା,କରଞମାଳ,କରଣପଲ୍ଲୀ ଏବଂପଂଚୁଟିକ୍ରି ପଂଚାୟତ ମାନଙ୍କରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିବା ବେଳେ ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଫାଙ୍କା ଥିବ ସେହି ଆଶ୍ରୟସ୍ଥଳୀ ତଥା ୮ପଂଚାୟତରେ ଥିବା ବିଦ୍ୟାଳୟ ସବୁକୁ ସଂଯୋଗୀ କରଣ ରାସ୍ତା ଘାଟ ସଫା,ପାନୀୟ ଜଳ ବ୍ୟବସ୍ଥା ଏବଂ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଜେନେରେଟର ଗୁଡିକୁ ଯୁଦ୍ଧ କାଳୀନ ଭିତିରେ ମରାମତି କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଚାନ୍ଦବାଲି ତହସିଲଦାର ନିଜର ବକ୍ତବ୍ୟରେ ଏହି ୮ପଂଚାୟତର ଜନପ୍ରତିନିଧି ମାନଙ୍କୁ ସେମାନଙ୍କର ଅଭିଞତା ଭିତିରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ ।

 

 

ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତି ନିଜ ବକ୍ତବ୍ୟରେ ଧାମରା ଅଗ୍ନିଶମ ବିଭାଗ ରେ ଗଛ କାଟିବା ପାଇଁ କୌଣସି କଟର ମେସିନ ନଥିବା କଥା କହିଥିବା ବେଳେ ଜରୁରୀ କାଳୀନ ଭିତିରେ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ କଟର ମେସିନ ଯୋଗାଇ ଦେବା ପାଇଁ କହିଥିଲେ । ଆଜିର ଏହି ବୈଠକରେ ଧାମରା ସରପଂଚ ପ୍ରିୟରଞନ ଜେନା, ବାଂଶଡା ସରପଂଚଙ୍କ ପ୍ରତିନିଧି ଦୀପକ ଦାସ, କଇଥଖୋଲା ସରପଂଚ ଖୋକନ ସୀଟ,ଦୋସିଙ୍ଗା ପଂଚାୟତର ସମିତିସଭ୍ୟ ନରେନ୍ଦ୍ର ମାଇତି, ପ୍ରମୁଖ ଯୋଗ ଦେଇଥିବା ବେଳେ କରଞମାଳ ଏବଂ କରଣପଲ୍ଲୀ ପଂଚାୟତର ସରପଂଚ ଅନୁପସ୍ଥିତ ଥିବା ଜଣାଯାଇଥିଲା । ଆଜିର ଏହି ବୈଠକକୁ ଧାମରା ୮ପଂଚାୟତର ସମସ୍ତ ଜନପ୍ରତିନିଧି ମାନଙ୍କୁ ଡକାଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ହୋଇଥିବା ବୈଠକରେ କାହିଁକି ଜନପ୍ରତିନିଧି ମାନେ ଯୋଗ ଦେଲେ ନାହିଁ ସେ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଧାମରା ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ, ସୁପରଭାଇଜର ଦାସରଥି ଦାସ, ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ, ଧାମରା ଥାନାର ସେକେଣ୍ଡ ଅଫିସର ଦୀନବନ୍ଧି ଜେନା ଧାମରା ଜୋନର ଜିଲ୍ଲାପରିଷଦଙ୍କ ପ୍ରତିନିଧି ପରୀକ୍ଷିତ ଦାସପ୍ରମୁଖ ଉପସ୍ଥିତି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.