Home ଜିଲ୍ଲା ପରିକ୍ରମା ଭଦ୍ରକ : ସ୍ପେଶାଲ ଟ୍ରେନରେ ୮୭୭ ପ୍ରବାସୀ ପହଞ୍ଚିଲେ : କୋବିଡ଼ ପରିଚାଳନା ପାଇଁ ରାଜ୍ୟ...

ଭଦ୍ରକ : ସ୍ପେଶାଲ ଟ୍ରେନରେ ୮୭୭ ପ୍ରବାସୀ ପହଞ୍ଚିଲେ : କୋବିଡ଼ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ୬ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ

173

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ୨ ଟି ସ୍ପେଶାଲ ଟ୍ରେନରେ ଭଦ୍ରକରେ ୮୭୭ ପ୍ରବାସୀ ଉହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୪୭୭ଜଣ ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଳାର ୪ଶହ ଶ୍ରମିକ ଅଛନ୍ତି । ଗୋଟିଏ ଟ୍ରେନ କୋଏମ୍ବାଟୁରରୁ ଆସିଥିବା ବେଳେ ଅନ୍ୟ ଟ୍ରେନଟି ହାଇଦ୍ରାବାଦ୍‌ରୁ ଆସିଛି । ଜିଲ୍ଲାର ସମସ୍ତ ପ୍ରବାସୀଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଥିବା ବେଳେ ବାହାର ଜିଲ୍ଳାର ପ୍ରବାସୀଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠା ଯାଇଛି । ସେହିପରି କୋବିଡ଼ ୧୯ର ସୁପରିଚାଳନା ପାଇଁ ରାଜ୍ୟ ସରକାର ୬ଜଣ ଅତିରିକ୍ତ ଅଧିକାରୀଙ୍କୁ ଭଦ୍ରକ ଜିଲ୍ଲାକୁ ପଠାଇଛନ୍ତି । ଏହି ୬ ଅଧିକାରୀଙ୍କୁ ଜିଲ୍ଲାପାଳ ବିଭିନ୍ନ ବ୍ଲକ ଦାୟିତ୍ୱ ଅର୍ପଣ କରିଛନ୍ତି । ସେମାନେ କୋବିଡ଼ ପରିଚାଳନାରେ କ୍ୱାରେଣ୍ଟାଇନ ସେଣ୍ଟ, ପ୍ରବାସୀଙ୍କ ନିମନ୍ତେ ଟିଏମସି ସେଣ୍ଟର କାର୍ଯ୍ୟର ତଦାରଖ କରିବେ । ଯୁଗ୍ମ ଶାସନ ସଚିବ ନିଗମାନନ୍ଦ ପଣ୍ଡାଙ୍କୁ ଧମାନଗର ବ୍ଲକ ଓ ଏନ୍‌ଏସି, ଉପଶାସନ ସଚିବ ଅଶୋକ ବେହେରାଙ୍କୁ ଧାମରା ଅଞ୍ଚଳ, କଟକର ମେଜର ସେଟଲମେଣ୍ଟ ଅଫିସର ଉମାକାନ୍ତ ନାୟକଙ୍କୁ ବାସୁଦେବପୁର ବ୍ଲକ ଓ ପୌରପାଳିକା, ବୋର୍ଡ ଅଫ୍ ରେଭିନ୍ୟୁର କୋର୍ଟ ଅଫିସର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ତିହିଡ଼ି, ଆନନ୍ଦପୁର ବ୍ୟାରେଜର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁଙ୍କୁ ବନ୍ତ ବ୍ଲକ ଦାୟିତ୍ୱ ଅର୍ପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.