Home ଜିଲ୍ଲା ପରିକ୍ରମା “ସମ୍ଭାବନା ସାହିତ୍ୟ ସଂସଦ”ର ତୃତୀୟ ମାସିକ ଆସର

“ସମ୍ଭାବନା ସାହିତ୍ୟ ସଂସଦ”ର ତୃତୀୟ ମାସିକ ଆସର

11

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆବଜାରସ୍ଥ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଯୁବ କବି ତଥା ସମ୍ଭାବନା ସାହିତ୍ୟ ସଂସଦର ସମ୍ପାଦକ ଋତୁରାଜ ଅକ୍ଷୟ କୁମାରଙ୍କ ଆବାହକତ୍ୱରେ ଭିନ୍ନ ସ୍ୱାଦର ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ଶତାଧିକ ଯୁବ ଓ ବର୍ଷିଆନ କବି ଯୋଗ ଦେଇଥିଲେ। ମୁଖ୍ୟଅତିଥି ଭାବେ ପ୍ରେମ ପୃଥିବୀର ସମ୍ପାଦକ କୈଳାଶ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ବକ୍ତା ଭାବେ ଓଁ ମିତ୍ରାୟଃ ନମଃ (ପଣ୍ଡିଚେରୀ ଆଶ୍ରମରୁ ପ୍ରକାଶିତ) ପତ୍ରିକାର ସମ୍ପାଦକ ପ୍ର. ଅଟଳ ବିହାରୀ ନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, ସମୀକ୍ଷକ ଭାବେ କଥାକାର ଓ କବି ବିପ୍ଳବ ପତି, ସଭାର ସଂଯୋଜକ ଭାବେ କବି ସୁକାନ୍ତ କୁମାର ବେହେରା ଯୋଗ ଦେଇଥିଲେ। ସମ୍ଭାବନା ଶ୍ରେଷ୍ଠ କବିତା ସମ୍ମାନ ୨୦୨୫ ପ୍ରାଧ୍ୟାପକ କବି କିଶୋର ପାଣିଗ୍ରାହୀ, ସୁଶ୍ରୀ ପ୍ରିତିଲତା ପଣ୍ଡା, ବିଜୟ କୁମାର ଜେନା, ସୁକାନ୍ତ କୁମାର ବେହେରା ଓ ପ୍ରୀତିପଦ୍ମା ଦାସ ସମ୍ବର୍ଦ୍ଧିତ ହୋଇଥିବାବେଳେ ସମ୍ଭାବନା କବିତା ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହୋଇଥିଲେ ଅଧ୍ୟାପିକା ଡ.ହରପ୍ରିୟା ସେଠୀ, ମନୋଜ କୁମାର ପଣ୍ଡା, ଇଂ ଶଶାଙ୍କ ଶେଖର ପଣ୍ଡା, ଲିପ୍ସା ସାହୁ ଓ ସସ୍ମିତା ସାହୁ। ଅଧିବେଶନ ଅପରାହ୍ଣରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା। ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଶାନ୍ତନୁ ରାଉତ, ପବିତ୍ର ପାଣିଗ୍ରାହୀ, ବୈକୁଣ୍ଠ ନାଥ ବିଶ୍ୱାଳ, ରୂପକ ରାୟ, କବି ହରିଶ ଦାସ, ମଧୁସ୍ମିତା ନାୟକ, କବି ବିପ୍ଳବ ହୋତା, ଜାନକୀ ପାଢ଼ୀ, ମନୋରମା ରାୟ, ବିଜୟ କୁମାର ବହଳୀ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ଭାବନା ସାହିତ୍ୟ ସଂସଦର କଳା ସମ୍ପାଦକ ଓ ଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଚୂଡାମଣି ଦାସଙ୍କର ଯୋଗଦାନ ଏବଂ ଯୁବ ଗୀତିକାର ଅରୁପାନନ୍ଦ ନାୟକ, ଆଦ୍ୟାଶା ଓ ଆରାଧ୍ୟାଙ୍କର ମଂଚ ପରିଚାଳନା ତଥା କବିତା ସାରେଗାମାର ପ୍ରତ୍ୟେକ କବିତାକୁ ବେହେଲା ସ୍ୱରରେ ରସାପ୍ଳୁତ କରିଥିବା ବେହେଲା ବାଦକ ସଙ୍ଗୀତ ଗୁରୁ “ମେଘବର୍ଣ୍ଣ”ଙ୍କର ଯାଦୁକରୀ ଅଙ୍ଗୁଳି ଚାଳନା ସମସ୍ତଙ୍କୁ ବିମୋହିତ କରିଥିଲା। ଶେଷରେ ଅରୁପାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.