ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଧୀନରେ ଥିବା କୋଠାର ପଂଚାୟତବାସୀଙ୍କ ପକ୍ଷରୁ ନିକଟସ୍ଥ ଗୋଡୁପୋଖରୀ ଅଂଚଳର ସ୍ଥାନୀୟ ଯୁବକ ଏସକେ ମାନାୱାର ଅଲ୍ଲୀ ନାମରେ ଦେଶ ବିରୋଧୀ ଏକ ସମ୍ବେଦନଶୀଳ ପୋଷ୍ଟକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ ବର୍ତମାନ ପଡୋଶୀ ଦେଶ ପାହାଲଗ୍ରାମରେ ଯେଉଁ ହୀନ ଷଡଯନ୍ତ୍ର କରି ନିରୀହ ଲୋକଙ୍କ ଜୀବନ ନେଇଥିଲା,ତାହାକୁ ନେଇ ସାରା ଦେଶ ପ୍ରତିଶୋଧ ନେବା ନେଇ ଚିନ୍ତା କରୁଥିବା ବେଳେ ନିକଟରେ ଆମ ଦେଶର ବୀର ଜବାନ ମାନେ ଶତ୍ରୁଙ୍କୁ ତାଙ୍କ ମାଟିରେ ଉଚିତ ଜବାବ ଦେଇଛନ୍ତି,ଦେଶର ଏହି ଘଡିସନ୍ଧି ମୁହୂର୍ତରେ ସାରା ବିଶ୍ୱ ଯେଉଁ ଶତ୍ରୁ ଦେଶକୁ ନିନ୍ଦା କରୁଛି। ଧାମନଗର ବ୍ଲକ ଅଧୀନ ବୟାଗଂଡିହି ଗ୍ରାମପଂଚାୟତ ଅନ୍ତର୍ଗତ ନୂଆଗାଁ ମୁସଲିମବସ୍ତିର ଏସକେ ମାନାୱାର ଅଲ୍ଲୀ ନାମକ ଜଣେ ଯୁବକ ଫେସବୁକରେ ଦେଶ ବିରୋଧୀ ଏକ ସମ୍ବେଦନଶୀଳ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶ୍ଳୀଳ ପୋଷ୍ଟ ଓ ପାକିସ୍ତାନ ସପକ୍ଷରେ ଲେଖି ପୋଷ୍ଟ କରିଛି।ଯାହାକୁ ନେଇ କୋଠାର ପଂଚାୟତର ବରିଷ୍ଠ ବିଜେପି ନେତା ହିତେଶ କୁମାର ଦାସଙ୍କ ନେତୃତ୍ୱରେ ବହୁ ପଂଚାୟତବାସୀ ଧୂସୁରି ଥାନାରେ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କୁ ଭେଟି ଉକ୍ତ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗକ୍ରମେ ଏକ ଦେଶଦ୍ରୋହ ମାମଲା ରୁଜ୍ଜୁ କରି ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କେନ୍ଦ୍ରାପଡା ଜିଲ୍ଲାରୁ ଉକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।








