Home ଜିଲ୍ଲା ପରିକ୍ରମା ସମ୍ବିଧାନ, ସାର୍ବଭୌମତ୍ୱ ଓ ନାରୀ ଅଧିକାର ସୁରକ୍ଷା ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆହ୍ୱାନ

ସମ୍ବିଧାନ, ସାର୍ବଭୌମତ୍ୱ ଓ ନାରୀ ଅଧିକାର ସୁରକ୍ଷା ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆହ୍ୱାନ

3

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତତଫରୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ସାଧାରଣ ସଭା ମମତା ଜେନା ଙ୍କ ସଭାପତିତ୍ୱ ରିନୁଷ୍ଟିତ ହୋଇଥଲା। ଏହି ସଭାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ରାଜ୍ୟ ସାଧାରଣ ସମ୍ପାଦିକା ସୁରଜିତା ନାୟକ ବିଶ୍ୱ ମହିଳା ଦିବସ ର ଗାରିମା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଓ ମହିଳା ମାନଙ୍କ ଅଧୀକାର ସୁରକ୍ଷା ଓ ନ୍ୟାୟିକ ସୁରକ୍ଷା ପାଇଁ ଆମ ଦେଶ ର ସମ୍ବିଧାନ କୁ ସୁରକ୍ଷା ପାଇଁ ନାରି ପୁରୁଷ ଏକତ୍ରିତ ହେବା ପାଇଁ ନେି୍ୱଦନ କରି ଥିଲେ। ସାମ୍ପ୍ରତିକ ସମୟରେ ଆମ ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ସର୍ବୋବୌ ମତ୍ୟ ସୁରକ୍ଷା, ମହିଳା ଓ ପୁରୁଷ ମାନଙ୍କର ସମାନ ଅଧିକାର ପାଇଁ ସଂଗ୍ରାମ ଓ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରିବା ଓ ଜୀ୍ୱନ ଜୀବିକା ଅଧୀକାର ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିହତ କରିବା ତଥା ଏକ ବିକଳ୍ପ ବ୍ୟବସ୍ଥା ପାଇଁ ସଂଗ୍ରାମ , ସମସ୍ତ୍ ମହିଳା ଶ୍ରମଜିବି ମାନଙ୍କୁ ସମାନ ମଜୁରୀ ପ୍ରଦାନ, ମହିଳା ମାନଙ୍କ ପରିଶ୍ରମ କୁ ସୀକୃତି ଦେବା ଓସମସ୍ତ୍ ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକ ର ମାନ୍ୟତା ଦେବା ପାଇଁ ଦାବି କରି ବକ୍ତବ୍ୟ ରଖିଥିଲେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, ପ୍ରଫୁଲ୍ଲ ପାଢ଼ୀ, ଚନ୍ଦ୍ରଶେଖର ନାୟକ, ଗିରିଧାରୀ ନାଥ, ନିଶା ନିବାରଣ ନେତ୍ରୀ ଅପର୍ଣ୍ଣା ନାୟକ, ବରିଷ୍ଟ ନାଗରିକ ତଥା ଲଲାଟେନ୍ଦୁ ମହାନ୍ତି, କୃଷକ ନେତା ପ୍ରଫେସର ପ୍ରଭାସ ଚନ୍ଦ୍ର ମହାପାତ୍ର, ଚନ୍ଦ୍ର ଶେଖର ନାୟକ, ମଳୟ ଭୋଇ, କାମିନୀ ଭୋଇ, ସି ଆଇ ଟି ୟୁ ଭଦ୍ରକ ଜିଲ୍ଲା ସମ୍ପାଦକ କାଳନ୍ଦୀ, ଶିଖା ମହାପାତ୍ର, ଶାନ୍ତି ଲତା ନାୟକ, ସୁମତି ନାୟକ, ବୀଣା ପାଣି ଦାଶ, ପ୍ରଣତି ମଲ୍ଲିକ, ଗୌରୀ ଶତପଥୀ, ମଞ୍ଜୁଲତା ନାୟକ ସେକ କମାରଓ ନିରଂଜନ ପାଣି। ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ମହିଳା ସମିତି ର ସମ୍ପାଦିକା ପ୍ରଭାତୀ ଜେନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.