ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶୀତ ଆସର ସ୍ଥାନୀୟ ବ୍ରିଗ୍ରେଡ଼ ସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ସଚିକାନ୍ତ ନାୟକ ଏଥିରେ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ସାହିତ୍ୟିକ ଇଂ ଅଭୟ ସୂତାର ଓ ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ଯୋଗଦେଇ ଶୀତ ଋତୁରେ ସୃଜନ ପୁଲକିତ ହୋଇ ବସନ୍ତରେ ପରିସ୍ପୁଟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡା. ଅନୀଲ କୁମାର ଦାସ ଯୋଗ ଦେଇଥିଲେ । କବି ଭାସ୍କର ଚନ୍ଦ୍ର ଦାସ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସାହିତ୍ୟ ଘର ଆବାହକ ପ୍ରଭାତ କୁମାର ରାଉଳ ସ୍ୱାଗତ ଭାଷଣ ଓ ସମ୍ପାଦକ କୈଳାସ ବେହେରା ବିବରଣୀ ପାଠ କରିଥିଲେ । କବୀ ବିଶ୍ୱମୈତ୍ରୀ ନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ,ନାରାୟଣ ଚନ୍ଦ୍ର ବାରିକ, କୃଷ୍ଣଚନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ବସନ୍ତ କୁମାର ଦାସ, ନୀଳମାଧ୍ୱ ସେନାପତି, ରୀନାରାଣୀ ପାତ୍ର, ପୁଷ୍ପାଞ୍ଜଳି ତ୍ରିପାଠୀ, ଅଭୟ କୁମାର ଦାସ, ମୌସୁମୀ ଗୋଛାୟତ, ବେଣୁଧର ଦାସ, ଅମୂଲ୍ୟ ସେନାପତି, ଶେଖ ଅବଦୁଲ ଦୟାନ, ଦେବେନ୍ଦ୍ର ମହାଳିକ, ହରିହର ମଳିକ, ଜୟନ୍ତ କୁମାର ମହାନ୍ତି, ବାବୁରାମ ରାଉତ, ଶଶୀ କାନ୍ତ ବେହେରା, ଗୌରାଙ୍ଗ ଚନ୍ଦ୍ର ନନ୍ଦ, ସାବିତ୍ରୀ ବାନାର୍ଜୀ ,,ରୁବି ଲତା ଦାସ,ପୁଷ୍ପାଞ୍ଜଳୀ ତ୍ରିପାଠୀ, ସୁବାସ ଚନ୍ଦ୍ର ଦାସ,ବୈକୁଣ୍ଠ ନାଥ ଓଝା,ଫକୀର ମହାଳିକ,ନରହରି ନାୟକ,ଧ୍ରୁବ ଚରଣ ସାମନ୍ତରାୟ ମହାପାତ୍ର,ରଞ୍ଜନ କୁମାର ନାୟକ, ଯଯାତି କେଶରୀ ଦାସ,ପ୍ରମୁଖ କବିତା ପାଠ କରିଥିଲେ । ସାହିତ୍ୟ ଘର ଉପସଭାପତି ନିରଞ୍ଜନ ବାରିକ ଅତିଥି ପରିଚୟ ଓ କବି ରଞ୍ଜୁଲତା ଗାହାଣ ଧନ୍ୟବାଦ ଦେଇଥିଲେ । ସାହିତ୍ୟ ଘର ସଦସ୍ୟ ଲଷ୍ମୀକାନ୍ତ ଗିରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।








