Home ଜିଲ୍ଲା ପରିକ୍ରମା ସମ୍ବାଦ ସାହିତ୍ୟଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

ସମ୍ବାଦ ସାହିତ୍ୟଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

41

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ଭଦ୍ରକ ଜିଲ୍ଲା ତିହିଡ଼ି ସମ୍ବାଦ ସାହିତ୍ୟଘର ପକ୍ଷରୁ ରବିବାର ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମଜୟନ୍ତୀ ଓ ସ୍ୱାଭିମାନ ଦିବସ ତିହିଡ଼ି ଗ୍ରାମରେ ପାଳିତ ହୋଇ ଯାଇଛି। ଏହି ଅବସରରେ ସମ୍ବାଦ ସାହିତ୍ୟଘର ଅବାହକ ପ୍ରଭାତ କୁମାର ରାଉଳଙ୍କ ଆବାହକତ୍ୱ ଓ ସଭାପତି ସମାଜସେବୀ ସଚିକାନ୍ତ ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ତିହିଡ଼ି କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସଂଯୁକ୍ତା ଭାରତୀ, ପ୍ରବଚକ ସୁଧାକର ଧନୀ ପ୍ରମୁଖ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଜଣେ ସ୍ୱାଭିମାନୀ ମଣିଷ। ପ୍ରତ୍ୟେକଟି ଓଡ଼ିଆ ସ୍ୱାଭିମାନକୁ ନେଇ ବଂଚି ପାରିଲେ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିବା ବେଳେ ତାଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ସଂଜିତ୍ କୁମାର ବଳ, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, କବିଶ୍ରୀ ଗୋଲକ ପ୍ରସାଦ ବୟାରୀ, ନିର୍ମଳ ଚନ୍ଦ୍ର ଦଳେଇ, ଦେବେନ୍ଦ୍ର ମହାଳିକ, ପ୍ରଫୁଲ୍ଲ ପାଢ଼ୀ, ସୁଧାରଂଜନ ମହାନ୍ତି, ନିରଂଜନ ବାରିକ, ନରହରି ନାୟକ, ପି.ହୃଷିକେଶ, ସୁବାସ ମହାନ୍ତି, ପୁଷ୍ପାଞ୍ଜଳି ତ୍ରିପାଠୀ, ରୀନାରାଣୀ ପାତ୍ର, ନାରାୟଣ କବି, ଜଗବନ୍ଧୁ ମହାନ୍ତି, ବିଶ୍ୱମୈତ୍ରୀ ନାୟକ, ମୁକୁନ୍ଦଦେବ ନାୟକ, ବାବୁରାମ ରାଉତ, ଶଶିକାନ୍ତ ବେହେରା, ଆଶୁତୋଷ କରଣ, ରୁବିଲତା ଦାସ, ଶୁଭଲକ୍ଷ୍ମୀ ଦାସ, ଶାନ୍ତିଲତା ଗିରି, ଧୃବଚରଣ ସାମନ୍ତ ମହାପାତ୍ର, ବେଣୁଧର ଦାସ, ବସନ୍ତ କୁମାର ଦାସ, ହରିହର ମଳିକ ଲକ୍ଷ୍ମୀକାନ୍ତ ଗିରି ପ୍ରମୁଖ ଯୋଗ ଦେଇଥିଲେ। ସମ୍ବାଦ ସାହିତ୍ୟଘର ସମ୍ପାଦକ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁବ୍ରତ ମିଶ୍ର ମଂଚ ଆହ୍ୱାନ କରିଥିବା ବେଳେ କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସମ୍ବାଦ ସାହିତ୍ୟଘର ଆବାହକ ପ୍ରଭାତ କୁମାର ରାଉଳଙ୍କ ମା’ଶଚ୍ଚିମଣି ରାଉଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ରଂଜନ ନାୟକ ଓ ଛାତ୍ରୀମାନେ ମଧୁସଂଗୀତ ଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.