Home ଜିଲ୍ଲା ପରିକ୍ରମା ସମ୍ବାଦ ପରିବେଷଣରେ ନିର୍ଭିକତା ଓ ନିରପେକ୍ଷତା ତାଙ୍କର ଶ୍ରେଷ୍ଠ ପରିଚୟ, ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ଏକାଦଶାହ...

ସମ୍ବାଦ ପରିବେଷଣରେ ନିର୍ଭିକତା ଓ ନିରପେକ୍ଷତା ତାଙ୍କର ଶ୍ରେଷ୍ଠ ପରିଚୟ, ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା

31

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ବାଦିକତାର ଧର୍ମକୁ ସ୍ୱର୍ଗତଃ ଭଜଗୋବିନ୍ଦ ଜେନା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସମ୍ବାଦ ପରିବେଷଣରେ ନିର୍ଭିକତା ଓ ନିରପେକ୍ଷତା ତାଙ୍କର ଶ୍ରେଷ୍ଠ ପରିଚୟ ବୋଲି ଆଜି ତାଙ୍କର ଏକାଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବୁଦ୍ଧିଜୀବୀ, ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି । ତାଙ୍କ ସାମ୍ବାଦିକ ଜୀବନକୁ ବାଦ୍ ଦେଲେ ତାଙ୍କ ଭଳି ଜଣେ ସଚ୍ଚା ଲୋକ ଆଜିକାର ସମାଜରେ ବିରଳ । ତାଙ୍କର ପାରିବାରିକ ଓ ସାମାଜିକ ପ୍ରତିଷ୍ଠା ଥିଲେ ମଧ୍ୟ ସେ କେବେ ନିଜର ପତିଆରା ଦେଖାଇନାହାଁନ୍ତି, ଦୃଢ ମନୋବଳ ଓ ନିସ୍ୱାର୍ଥପରତା ତାଙ୍କ ଜୀବନଚର୍ଯ୍ୟାର ଏକ ଭିନ୍ନ ଢଙ୍ଗ ଥିଲା । ତାଙ୍କର ଚାଲି ଚଳଣ କଥାବାର୍ତ୍ତା ନିଆରା ଢଙ୍ଗର ଥିଲା । ଏଥିପାଇଁ ସେ କେବଳ ସହରରେ ନୁହେଁ ଜିଲାରେ ଚର୍ଚ୍ଚିତ ଚେହେରା ଥିଲେ । ଅନ୍ୟାୟ ବିରୁଦ୍ଧରେ ଭାଇ, ବନ୍ଧୁ, କୁଟୁମ୍ବକୁ ଭୁଲିଯାଇ ପ୍ରତିବାଦ କରୁଥିଲେ । ଅପରପକ୍ଷରେ ସେ ଜଣେ କଳାପ୍ରେମୀ ମଣିଷ ଥିଲେ । ଭଦ୍ରକର ବହୁ ପୁରାତନ ମନମୋହନ ସଂଗୀତ ପରିଷଦର ସଂପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ଉଦ୍ୟମରେ ସଂଗୀତ ପରିଷଦର ବିକାଶ ଅନେକ କିଛି ହୋଇପାରିଛି ବୋଲି ମତ ପ୍ରକାଶ ପାଇଥିଲା ।

ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନ୍‌ଜୀବୀ ତଥା ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ ସଂଯୋଜନା କରିଥିଲେ । ଏହି ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉର୍ମିଳା ନାୟକ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବି, ଧାମନଗର ପୌରପାଳିକା ଅଧ୍ୟକ୍ଷା ନିବେଦିତା ଜେନା, ଭାଜପା ଭଦ୍ରକ ବିଧାନସଭା ନେତା ପ୍ରଦୀପ ନାୟକ, ଅଜୟ ନାୟକ, ମଳୟ ଜେନା, ଡାକ୍ତର ହରେକୃଷ୍ଣ ନାୟକ, ଭଦ୍ରକ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ଶିଶିର କୁମାର ମିଶ୍ର, ଶିକ୍ଷାବିତ୍ ରାଧାବିନୋଦ ନାୟକ, କମ୍ୟୁନିଷ୍ଟ ନେତା ଚନ୍ଦ୍ରଶେଖର ନାୟକ, ଜ୍ୟୋତିପ୍ରକାଶ ମହାକୁଡ, ବ୍ୟୋମକେଶ ସେନାପତି, ପ୍ରଦୀପ କୁମାର ମଲ୍ଲିକ, ସୁରଜିତା ନାୟକ, ପୂର୍ବତନ ପୌରାଧ୍ୟକ୍ଷା ମାନସ ମହାନ୍ତି, ଦଳିତ ନେତା ରାଜେନ୍ଦ୍ର କୁମାର ଜେନା, ସାମ୍ବାଦିକ ପ୍ରମୋଦ ରାୟ, ଡ. ହରିହର ନାୟକ, ସ୍ମୃତିରଂଜନ ସାହୁ, ରବିନାରାୟଣ ଖିଲାର, ରୂପକ ରାୟ, ଅଶୋକ ନାୟକ, ଜ୍ଞାନପ୍ରକାଶ ପାଣି, ଉମାକଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ତାଙ୍କର ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.