Home ଜିଲ୍ଲା ପରିକ୍ରମା ସମ୍ବାଦ ଓ ସାମ୍ବାଦିକତା ନିରପେକ୍ଷ ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ, ସମାଜ ପ୍ରତି ପ୍ରଦ୍ୟୁମ୍ନ...

ସମ୍ବାଦ ଓ ସାମ୍ବାଦିକତା ନିରପେକ୍ଷ ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ, ସମାଜ ପ୍ରତି ପ୍ରଦ୍ୟୁମ୍ନ ବଳଙ୍କ ଅବଦାନ ଅତୁଳନୀୟ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

11

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଧାମନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପରିଷଦ ର ବାର୍ଷିକୋତ୍ସବ ଓ ପ୍ରଦ୍ୟୁମ୍ନ ବଳ ସ୍ମୃତି ପରିଷଦର ୨୭ ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାରୋହ ସହିତ ଦୈନିକ ପ୍ରଗତିବାଦୀ ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଙ୍କ ୯୩ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ରବିବାର ସନ୍ଧ୍ୟା ରେ ଅନୁଷ୍ଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ତଥା ରାଜ୍‌୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ସମ୍ବାଦ ଓ ସାମ୍ବାଦିକତା ରେ ନିରପେକ୍ଷତା ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ, ସମାଜ ସେବା ରେ ପ୍ରଦ୍ୟୁମ୍ନ ବଳ ଙ୍କ ଅବଦାନ ଅତୁଳନୀୟ ବୋଲି ମନ୍ତ୍ରୀ ତାଙ୍କ ବକ୍ତ୍ୱ୍ୟ ରେ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ,ମୂଖ୍ୟ ବକ୍ତା ଭାବେ ଅମୃତ ଦର୍ଶନର ସମ୍ପାଦନ ପଣ୍ଡତି ସଂଗ୍ରାମ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ ଏସୟୁଜେ ରାଜ୍‌୍ୟ ଉପ ସଭାପତି ସାମ୍ବାଦିକ ବାସୁଦେବ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତି ରେ ଗଣମାଧ୍ୟମ ର ଭୂମିକା ସଂପର୍କ ରେ ମତବ୍ୟକ୍ତ କରିଥିଲେ।ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ଜଣେ ନିର୍ଭିକ,ସତ୍ୟନିଷ୍ଠ ସାମ୍ବାଦିକ ଥିଲେ।ସାମ୍ୟବାଦୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ସ୍ୱର୍ଗତ ବଳ ସମାଜ ର ତଳ ସ୍ତରର ଜନସାଧାରଣଙ୍କୁ ଉଚିତ ନ୍‌୍ୟାୟ ପ୍ରଦାନ ନିମନ୍ତେ ପ୍ରଗତିବାଦୀ ପ୍ରତିଷ୍ଠା କରିଥିଲେ।ପ୍ରଦ୍ୟୁମ୍ନ ବଳ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗଣମାଧ୍ୟମର ପ୍ରତିନିଧି ମାନେ କାର୍ଯ୍ୟ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ।ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦର ସଭାପତି ଆଇନଜୀବୀ ଦେବାଶିଷ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଡକ୍ଟର ମମତା ସାହୁ ସଂଚାଳନ କରିଥିଲେ।ପରିଷଦ ର ସାଧାରଣ ସଂପାଦକ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ସଭା ଆରମ୍ଭ ରେ ପ୍ରଭଞ୍ଜନ ରାଉଳ ବେଦପାଠ କରିଥିଲେ।ଏହି ଅବସର ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶି ପ୍ରତିଭାବାନ ସାମ୍ବାଦିକ ଅନିଲ କୁମାର ବାରିକ,ଅଧ୍ୟାପକ ପ୍ରଭାତ କୁମାର ଧଳ, ଶିକ୍ଷାବିତ ଭୋଳାନାଥ ସାହୁ, ସରପଂଚ ଅଶୋକ କୁମାର ପୁହାଣ ଓ ସୀତାକାନ୍ତ ମିଶ୍ର,ସମାଜସେବୀ କୈଳାଶ ଚନ୍ଦ୍ର ମହାପାତ୍ର, ଆଦର୍ଶ ଶିକ୍ଷୟତ୍ରୀ।ରୀନାରାଣୀ ପଣ୍ଡା,ସମିତିସଭ୍ୟ ବିଦ୍ୟାଧର ରାଉତ, ସମାଜସେବୀ ନୃସିଂହ ଚରଣ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ରାମବାଗ ଡିଗ୍ରୀ କଲେଜ ର ଅଧକ୍ଷ ପ୍ରମୋଦ ରାଉତ,ଅଧ୍ୟାପିକା ଡ . ମମତା ସାହୁ,ସେକ ହମିଦ ଓ ପ୍ରଧାନ ଶିକ୍ଷକ ପ୍ରଭାତ ଜେନା ଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା।ହେମେନ୍ଦ୍ର ନାଥ ମହାନ୍ତି,ଜୟନ୍ତୀ ଜେନା,ସୁରତୀ ନାୟକ,ଶ୍ରୀଧର ସାହୁ,କୃଷ୍ଣଚନ୍ଦ୍ର ଜେନା , କୁଳମଣି ବେହେରା,ସୁଧାକର ଦାସ, ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସକାଳେ ପରିଷଦ ପକ୍ଷରୁ ଚାରା ରୋପଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଧାମନଗର ପ୍ରେସ କ୍ଲବ,ସାମ୍ବାଦିକ ସଂଘ୍‌, କାନ୍ତ ସାହିତ୍ୟ ପରିଷଦ ,ବରିଷ୍ଟ ନାଗରିକ ପରିଷଦ ସଭ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଶେଷରେ ହୃଦାନନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.