Home ଓଡ଼ିଶା ସମ୍ବଲପୁର ଲୋକସଭା ଆସନରେ ପ୍ରଥମ ଥର ପାଇଁ ଜିତିଲା ବିଜେପି

ସମ୍ବଲପୁର ଲୋକସଭା ଆସନରେ ପ୍ରଥମ ଥର ପାଇଁ ଜିତିଲା ବିଜେପି

1363

ସମ୍ବଲପୁର, ୨୫/୫ (ଓଡ଼ିଆ ପୁଅ) ସମ୍ବଲପୁର ଲୋକସଭା ଆସନରେ ସର୍ବପ୍ରଥମ ଥର ପାଇଁ ବିଜେପିକୁ ଜିତାପଟ ମଳିଛି। ଦଳର ଦେବଗଡ଼ ବିଧାୟକ ନିତେଶ ଗଂଗଦେବ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ଡ଼. ନଳିନୀକାନ୍ତ ପ୍ରଧାନଙ୍କୁ ୯ହଜାର ୬ଶହ ଆଠ ଖଂଡ଼ ଭୋଟ ବ୍ୟବଧାନରେ ପରାଜିତ କରି ଏହି ସଫଳତା ହାସଲ କରିଛନ୍ତି। ନିତେଶ ୪ଲକ୍ଷ ୭୩ହଜାର ୭୭୦ଟି ଭୋଟ ପାଇଥିବା ବେଳେ ଡ. ପ୍ରଧାନ ୪ଲକ୍ଷ ୬୪ହଜାର ୬୦୮ ଟି ଭୋଟ ହାସଲ କରିଥିଲେ। ଭୋଟ ଗଣନାର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଫଳାଫଳ ନେଇ ଉତ୍ସୁକତା ଲାଗି ରହିଥିଲା। ଅନ୍ତରେ ନିତେଶ ବାଜି ମାରି ନେଇଥିଲେ। ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧ଲକ୍ଷ ୩୫ହଜାର ୯୬୯ଭୋଟ ପାଇଥିଲେ। ଏଗାର ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦୀତାରେ ଥିଲେ। ୧୧ଲକ୍ଷ ୧୦ହଜାର ୯୯୯ଜଣ ଭୋଟର ନିଜନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ୧୩ହଜାର ୪୫୬ଜଣ ନୋଟାରେ ମୋହର ମାରି ଥିଲେ।

ନିର୍ବାଚିତ ହେବା ପରେ ବଜୟୀ ପ୍ରାର୍ଥୀ ଗଂଗଦେବ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶୁଭମ ସକ୍ସେନାଙ୍କ ଠାରୁ ପ୍ରମାଣପତ୍ର ନେଇ ଆଜି ବିଜେପି ସଂସଦୀୟ ଦଳର ବୈଠକରେ ଯୋଗଦେଇଛନ୍ତି। ପୂର୍ବରୁ ହୋଇଥିବା ଷୋହଳଟି ସଂସଦୀୟ ନିର୍ବାଚନରେ ବିଜେପି କିମ୍ବା ଏହାର ପୂର୍ବର ଦଳ- ଭାରତୀୟ ଜନ ସଂଘ କେବେ ହେଲେ ଏଠାରୁ ଜିତି ନଥିଲେ। ଏହି ଆସନରୁ କଂଗ୍ରେସ ୭ଥର, ବିଜେଡ଼ି ୪ଥର, ଦୁଇ ଥର ଗଣତନ୍ତ୍ର ପରଷଦ, ଜନତା ଦଳ, ସମାଜବାଦୀ ପାର୍ଟି ଓ ଭାରତୀୟ ଲୋକ ଦଳର ପ୍ରାର୍ଥୀ ମାନେ ଥରେ ଲେଖାଏ ବିଜୟ ଲାଭ କରଥିଲେ। ଗତଥର ଏହି ଆସନରେ ବିଜେଡି ବାଜୀ ମାରିଥିଲା। ତେବେ ଏଥର କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଦଳ ଗତଥର ପ୍ରାୟ ଅଢେଇ ଲକ୍ଷ ଭୋଟ ପାଇଥିଲା। ଏଥର ତାହା ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଛି। ନିତେଶ ଆଗରୁ ବିଧାୟକ ଥିବା ବେଳେ ପ୍ରଥମ କରି ଓ ଡ଼. ପ୍ରଧାନ ନର୍ବାଚନ ଆଗରୁ ରାଜ୍ୟ ପୂର୍ତ ସଚିବ ପଦରୁ ଅବ୍ୟାହତି ନେଇଥିଲେ। ଉଭୟେ ପ୍ରଥମ କରି ଲୋକସଭା ନିର୍ବାଚନ କୁ ଓହ୍ଲାଇଥିଲେ।

ଜିଲ୍ଲାର ଚାରୋଟି ବଧାନସଭା ଆସନରୁ ବଜେଡ଼ି ଓ ବିଜେପି ଦୁଇଟି ଲେଖା ପାଇଛନ୍ତି। ଗତଥର ବିଜେଡ଼ି ତିନୋଟି ଆସନ ହାସଲ କରିଥିଲା। ଏଥର ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ସମ୍ବଲପୁରରେ ଜୟ ନାରାୟଣ ମିଶ୍ର, ରେଂଗାଲିରେ ନାଉରୀ ନାଏକ ଓ ରେଢାଖୋଲରେ ବିଜେଡ଼ିର ରୋହିତ ପୂଜାରୀ ଏବଂ କୁଚିଂଡ଼ାରେ କିଶୋର ଚନ୍ଦ୍ର ନାଏକ ବିଜୟୀ ହୋଇଛନ୍ତି। ଗତଥର କୁଚିଂଡ଼ାରୁ ବିଜେପି ଟିକଟରେ ନିର୍ବାଚିତ ରବି ନାରାୟଣ ନାଏକ ଏବଂ ସମ୍ବଲପୁରର ବିଜେଡ଼ି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପରାଜିତ ହେବାକୁ ପଡ଼ିଛି। ରାସେଶ୍ୱରୀ ଗତଥର ଜୟ ନାରାୟଣ ମିଶ୍ରଙ୍କୁ ହରାଇଥିଲେ। ଏଥର ଜୟ ନାରାୟଣ ତାକୁ ବରାବର କରିଥିବା ବେଳେ ରବି ନାଏକ ତାଙ୍କ ସହଯୋଗୀ ବିଜେଡ଼ିର କିଶୋର ଙ୍କ ଠାରୁ ହାରୀ ଯାଇଛନ୍ତି। ନିର୍ବାଚନର କିଛିଦିନ ପୂର୍ବରୁ କିଶୋର, ରବି ନାଏକ ଏବଂ ବିଜେପିର ହାତ ଛାଡ଼ି ବିଜେଡ଼ିରେ ମିଶିଥିଲେ ଓ ଅପ୍ରତ୍ୟାସିତ ବିଜୟ ହାସଲ କରିଚନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.