Home Coronavirus Outbreak ସମ୍ବଲପୁରରେ ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା – ୨ ଜଣ କରୋନା ଯୋଦ୍ଧା, ୧୩ ପୁରୁଷ...

ସମ୍ବଲପୁରରେ ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା – ୨ ଜଣ କରୋନା ଯୋଦ୍ଧା, ୧୩ ପୁରୁଷ ୧୨ ମହିଳା ସମେତ ଦିନକରେ ସର୍ବାଧିକ ୨୫ ଜଣ ପଜିଟିଭ ଚିହ୍ନଟ। ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧

152

ସମ୍ବଲପୁର, ୧୯-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ରେ ଦିନ କୁ ଦିନ କରୋନା ସଂକ୍ରମଣ କ୍ଷିପ୍ର ଗତି ରେ ବଢୁଛି। ଆଜି ୨ ଜଣ କରୋନା ଯୋଦ୍ଧା, ୧୩ ପୁରୁଷ ୧୨ ମହିଳା ସମେତ ଦିନକରେ ସର୍ବାଧିକ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜ଼ିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ରେ ପହଁଚିଛି। ଆଜି ରେଢ଼ାଖୋଲ ବ୍ଲକ ରୁ ସର୍ବାଧିକ ୧୪ ଜଣ (୯ ଜଣ ମହିଳା ୫ ଜଣ ପୁରୁଷ ) କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ର କାରଣ ପାଲଟିଛି। ଏହା ସହିତ ୨ ଜଣ କରୋନା ଯୋଦ୍ଧା (ଜଣେ ଲେଖାଏଁ ମହିଳା ଓ ପୁରୁଷ), ସମ୍ବଲପୁର ମହାନଗର ନିଗମ ବୁର୍ଲା ରୁ ୪ ଜଣ (ଜଣେ ମହିଳା ୩ ଜଣ ପୁରୁଷ) ଏବଂ ସହର ର ବୁଢାରଜା ରୁ ହଁ କେବଳ ୫ ଜଣ (ଜଣେ ମହିଳା ୪ ଜଣ ପୁରୁଷ ) ଚି଼ହ୍ନଟ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟ ରୁ ସଂଘରୋଧ କେନ୍ଦ୍ର ରୁ ମାତ୍ର ୨ ଜଣ ଚି଼ହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଧୀରେ ଧୀରେ ଜ଼ିଲ୍ଲା ରେ କରୋନା ସଂକ୍ରମଣ ବେକାବୁ ହେବା ସହ ଗୋଷ୍ଠୀ ସଂକ୍ରମଣ ମୁହାଁ ହେଲାଣି। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପ୍ରଶାସନ ତଥା ଜନସାଧାରଣ ଅଧିକ ସତର୍କ, ସଚେତନ ଓ ସଜାଗ ହେବାକୁ ପଡିବ। ନଚେତ୍ ସମ୍ବଲପୁର ଜ଼ିଲ୍ଲା ଦିନେ କରୋନା ହଟସ୍ପଟ ପାଲଟି ଯିବ ବୋଲି ସଚେତନ ନାଗରିକ ମତ ପୋଷଣ କରିଛନ୍ତି।

ଚି଼ହ୍ନଟ କରୋନା ଯୋଦ୍ଧା ଦ୍ବୟ ଙ୍କ ବୟସ ୨୮ ରହିଥିବା ବେଳେ ରେଢ଼ାଖୋଲ ରୁ ଚି଼ହ୍ନଟ ସମସ୍ତଙ୍କ ବୟସ ଯଥା କ୍ରମେ ୨୯ (ମହିଳା ) ଦାମନ ଫେରନ୍ତା, ୨୦ (ମହିଳା ) ମହାରାଷ୍ଟ୍ର ଫେରନ୍ତା, ୨୧ (ମହିଳା ), ୨୪ (ପୁରୁଷ), ୧୦ (ମହିଳା ), ୧୧ (ପୁରୁଷ), ୨୨(ମହିଳା ), ୫୧ (ମହିଳା), ୨୩ (ମହିଳା ), ୧୦ ( ପୁରୁଷ), ୦୮ (ମହିଳା), ୨୩ (ପୁରୁଷ), ୨୪ (ପୁରୁଷ) ଏବଂ ୫୭ (ମହିଳା) ରହିଛନ୍ତି। ଠିକ ସେହିପରି ମହାନଗର ନିଗମ ବୁର୍ଲା ରୁ ଚି଼ହ୍ନଟ ଙ୍କ ବୟସ ଯଥା କ୍ରମେ ୩୧ (ପୁରୁଷ), ୩୨ (ମହିଳା), ୨୮ (ପୁରୁଷ) ଓ ୩୪ (ପୁରୁଷ) ରହିଛନ୍ତି। ସହର ର ବୁଢାରଜା ରୁ ଚି଼ହ୍ନଟ ଙ୍କ ବୟସ ୨୭ (ପୁରୁଷ), ୫୦ (ପୁରୁଷ), ୩୫ (ପୁରୁଷ), ୩୧ (ପୁରୁଷ) ଏବଂ ଜଣେ ୨୩ ବର୍ଷ ବୟସ ମହିଳା ରହିଛନ୍ତି।

ତେବେ କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ ଙ୍କୁ ଆଜି କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଲଗାତାର ୨ ଦିନରେ ୪୫ ଜଣ କରୋନା ପୋଜିଟିଭ ରୋଗୀ ଚିହ୍ନଟ ହେବା ପରେ ଜ଼ିଲ୍ଲା ରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.