Home ଓଡ଼ିଶା ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ପାଳିତ ମା ର ମମତା, ସ୍ନେହ ଓ ସମ୍ପର୍କ।ଗୁହାଳ ସାଜିଲା...

ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ପାଳିତ ମା ର ମମତା, ସ୍ନେହ ଓ ସମ୍ପର୍କ।ଗୁହାଳ ସାଜିଲା ପାଳିତ ମାର କୁଡ଼ିଆଖଣ୍ଡଗାଁ, କେନ୍ଦୁପାଟଣା ପଞ୍ଚାୟତ

146

ଖଣ୍ଡଗାଁ ୨୧।୫ (ଓଡ଼ିଆ ପୁଅ/ପ୍ରତୀକ ମିଶ୍ର) “ସ୍ୱାର୍ଥ ” ଏମିତି ଏକ ଶବ୍ଦ ଯାହା ହାସଲ ହେବା ପରେ ସମ୍ପର୍କୀୟ ବି ନିଜ ସମ୍ପର୍କ କୁ ବର୍ଜନ କରିବାକୁ ପଛାନ୍ତିନି।।ଆଜିର ଯୁଗରେ ସ୍ଥାନେ ସ୍ଥାନେ ସ୍ୱାର୍ଥ ହାସଲ ହେବା ପରେ ସ୍ନେହ, ମମତା ପ୍ରଦାୟିନି କୁ ବି ଭୁଲି ଯାଇଥାଏ ସ୍ୱାର୍ଥପର ମଣିଷ।

ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତ କୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତ ର ଖଣ୍ଡଗାଁ ରେ।

ଖଣ୍ଡଗାଁ ର ଜଣେ ସତୁରି ବର୍ଷୀୟା ବୃଦ୍ଧା ମହିଳା ଗୀତା ପାତ୍ର।ବିଚରା ଅଭାଗିନୀ ଟିଏ ସେ।ବୟସ ର ଦ୍ୱିପ୍ରହରରେ ସେ ନିଜର ତେର ବର୍ଷ ର ଏକମାତ୍ର ପୁଅକୁ ହରେଇ ନିଃସନ୍ତାନ ହୋଇଗଲେ।ପୁଅ ଯିବାର କିଛି ବର୍ଷ ପରେ ଗୀତାଙ୍କ ସ୍ୱାମୀ କେଳୁ ଚରଣ ପାତ୍ର ରୋଗଗ୍ରସ୍ତ ହୋଇ ଚାଲି ଗେଲେ ଆରପାରିକୁ।ପୁଅ ପରେ ବାପ ସତେ ଯେମିତି ଡକା ଡକି ହୋଇ ଗୀତାଙ୍କୁ ଏକୁଟିଆ କରି ଆର ପାରିକୁ ଚାଲିଯିବା ପରେ ବେସାହାରା ଗୀତା ନିଜ ଭଉଣୀଙ୍କ ପୁଅ ଭଞ୍ଜ କିଶୋର ବେହେରାଙ୍କୁ ସାଉଁଟି ଆଣିଲେ ନିଜ କୋଳକୁ ପାଳିତ ପୁଅ କରି।

ନିଜ ପୁଅ ତୁଲ୍ୟ ତାକୁ ଯଶୋଦା ଙ୍କ ପରି ସବୁ ସ୍ନେହ ମମତା ଅଜାଡି ଦେଲେ ଗୀତା ସେ ପୁଅ ଉପରେ।ପାଳିତ ପୁଅକୁ ଅତି ନିଜର ଭାବି ମମତା ର ସବୁ ମୂଲ୍ୟ ଦେବାକୁ ମଧ୍ୟ୍ୟ ପ୍ରସ୍ତୁତ ହୋଇଗଲେ ମା’ ଆଜିର ଯୁଗରେ ଯୋଉଠି ନିଜ ପୁଅ ବି ନିଜର ହଉନି ସେଠି ପାଳିତ ପୁଅ ବା ନିଜର ହେବ କିପରି। ଅବଶ୍ୟ ସମସ୍ତଙ୍କ କ୍ଷେତ୍ରରେ ଏହା ଲାଗୁ ନୁହେଁ। ନିଜ ପ୍ରକୃତି ମୁତାବକ ପାଳିତ ପୁତ୍ର ଭଞ୍ଜ କିଶୋର ବେହେରା ସୁଯଗ ଦେଖି ଚୋଟ ମାରିଲା ଗୀତାଙ୍କୁ। ଗୀତା ବୟସ ର ଅପରାହ୍ନ କୁ ଧୀରେ ଧୀରେ ଅତିକ୍ରମ କରି ପରିଣତ ବୟସ ରେ ପାଦ ଦେବା ଅବସ୍ଥାର ସୁଯୋଗ ଦେଖି ଜାଲ କାଗଜ ପତ୍ର କରି ମା ଠୁ ଟିପ ଚି଼ହ୍ନ ନେଇ ଗୀତା ଙ୍କ ସବୁ ସମ୍ପତି କରିଦେଲା ନିଜ ନା ରେ ସ୍ୱାର୍ଥପର ପାଳିତ ପୁଅ ଭଞ୍ଜ। ଏକଥା ଗୀତା ପରବର୍ତୀ ମୁହୂର୍ତ୍ତରେ ଜାଣିପାରିଲେ ସତ ହେଲେ ବାତ୍ସଲ୍ୟ ମମତା ଆଗରେ ପୁଅର ଏ ପ୍ରତାରଣା କୁ କ୍ଷମଣୀୟ ମଣିଲେ ମା’।ଆଉ ସ୍ୱାର୍ଥ ହାସଲ ପରେ ଗାଁ ର ଶେଷ ମୁଣ୍ଡରେ ଯାଇ ରାଜ ମହଲ ଭଳି ଅଟ୍ଟାଳିକା କରି ଯାକ ଯମକ ରେ ରହିଲେ କିନ୍ତୁ ମା ଗୀତା ଙ୍କୁ ଛାଡି ଗଲେ ଏକ ଗୁହାଳ କୁଡ଼ିଆ ଘରେ।

୧୫ ବର୍ଷ ଭିତରେ ପାଳିତ ପୁତ୍ର ମା’ କୁ ୧୫ ଦିନ ମଧ୍ୟ୍ୟ ଖାଇବାକୁ ଦେଇନାହାନ୍ତି। ନା ଦେଇଛନ୍ତି ଗଣ୍ଡେ ଖାଇବାକୁ ନା ଦେଇଛନ୍ତି ଖଣ୍ଡେ ପିନ୍ଧିବାକୁ।

ଅସହାୟ ଅବସ୍ଥାରେ ବୃଦ୍ଧା ପଡିରହିଛନ୍ତି ଗାଁ ମଝିରେ ଥିବା ସେଇ ଗୁହାଳ କୁଡ଼ିଆ ଘରେ।

ଲାଗୁଛି ଗୀତାଙ୍କ ଦୁର୍ଭାଗ୍ୟ ଏଯାଏଁ ମଧ୍ୟ ତାଙ୍କ ପିଛା ଛାଡ଼ିନି।

ଚଲାବୁଲା କରିବାକୁ ଅସମର୍ଥ ସେ।ଦେହର ଚମ ମଳିନ ପଡିଯାଇଛି। କଥା କହିବାକୁ ସାମର୍ଥ୍ୟ ପାଉନି। ଧିମେଇ ଧିମେଇ କ୍ଷୀଣ ସ୍ୱର ରେ ସେ ତାଙ୍କ ଅସହାୟତା ବଖାଣି ଥିଲେ ଆମ ପାଖେ।

ଗ୍ରାମବାସୀ ଙ୍କ ସହାୟତା ରେ କଣ ଦିଟା ଖାଇ ସେମିତି ଗୁହାଳ କୁଡ଼ିଆ ଘରେ ସେପାରିର ଡାକକୁ ଆପେକ୍ଷା କରିଛନ୍ତି ଗୀତା।ଏଠି ପ୍ରଶ୍ନ ଉଠେ ଏଭଳି ସ୍ୱାର୍ଥପର ପୁଅ ଯେ କି ନିଜ ପାଳିତ ମା କୁ ଏତେ ହତାଦର କରିଛି, ତା ଅପରାଧ ର ଦଣ୍ଡ ତାକୁ କିଏ ଦେବ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.