Home ଜିଲ୍ଲା ପରିକ୍ରମା ସମାସିଂହା ପ୍ରସିଦ୍ଧ ମହରମେଳା ପାଇଁ ପ୍ରସ୍ତୁତି ବୈଠକ, ନୁତନ କର୍ମକର୍ତା ଚୟନ

ସମାସିଂହା ପ୍ରସିଦ୍ଧ ମହରମେଳା ପାଇଁ ପ୍ରସ୍ତୁତି ବୈଠକ, ନୁତନ କର୍ମକର୍ତା ଚୟନ

107

କୋଲାବିରା, ୭।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକର ସମାସିଂହା ଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ପ୍ରସିଦ୍ଧ ମକର ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ ଚଳିତ ବର୍ଷର ମେଳା ପାଇଁ ନୁତନ କର୍ମକର୍ତା ଚୟନ କରାଯାଇଛି। ସମାସିଂହା ପ୍ରଗତୀ ଯୁବକ ସଂଘ ଆନୁକୁଲ୍ୟରେ ସରପଂଚ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକରେ ବିଗତ ବର୍ଷର କର୍ମକର୍ତା, ଗ୍ରାମବସୀ ଏବଂ ପ୍ରଗତୀ ଯୁବକ ସଂଘର ସଦସ୍ୟମାନେ ଭାଗ ନେଇ ଚିଲିତ ବର୍ଷର ମକରମେଳାର କାର୍ଯ୍ୟଖସଡା ପ୍ରସ୍ତୁତ କରିଥିଲେ। ଏହାସହିତ ଚଳିତ ବର୍ଷ ୪୯ତମ ମକରମେଳା ପାଇଁ ନୁତନ କର୍ମକର୍ତା ଚୟନ କରାଯାଇଥିଲା। ଏଥିରେ ସର୍ବ ସମ୍ମତିକ୍ରମେ ଆଇନଜୀବୀ ମନୋଜ କାଲୋଙ୍କୁ ସଭାପତି, ପ୍ରକାଶ ସାହୁଙ୍କୁ ସମ୍ପାଦକ, ସରୋଜ ପଟେଲଙ୍କୁ କୋଷାଧ୍ୟକ୍ଷ, ଭିଷ୍ମଦେବ ପଟେଲଙ୍କୁ ସ୍ଥାନ ବିତରକ ଭାବରେ ମନୋନୀତ କରାଯିବା ସହ ଗ୍ରାମର ବୟୋଜ୍ୟୋଷ୍ଠ ନାଗରୀକଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ନାଏକ, ପ୍ରଦୀପ କୁମାର ପଟେଲ, ଭିଷ୍ମଦେବ ପଟେଲ, ତୁଲେଶ୍ୱର ପଟେଲ, ତୁଲାରାମ ସେନାପତି, ମଦନ ମୋହନ ପଟେଲ, ଗୈାତମ ନାଏକ, କରୁଣାକର ସେଟ, ଚେତାନନ୍ଦ ପଟେଲ, ରିଙ୍କୁ ସାହୁ, ରିତେସ ପଟେଲ, କୈାଶଲ ଜୟପୁରିଅ।।, ରୀତେସ ସାହୁ, ମନୋଜ ପଟେଲ, ସୁନୀଲ ପୃଷେଠ, ପ୍ରଫୁଲ୍ଲ ନାଥ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ସକ୍ରୀୟ ସହଯୋଗିତା କାମନା କରିବା ସମସ୍ତଙ୍କ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଲାର ସହିତ ମକରମେଳାକୁ ପାଳନ କରାଯିବା ପାଇଁ ସାହାର୍ଯ୍ୟ ଲୋଡିଥିଲେ। ଏହା ସହିତ ଆସନ୍ତା ୧୦ ତାରିଖ ଠାରୁ ଦୋକାନୀ ମାନେ ନିଜ ନିଜ ସ୍ଥାନ ଅଗ୍ରୀମ ସଂରକ୍ଷିତ କରିବାକୁ ଯୋଗାଯୋଗ କରିପାରିବେ ବୋଲି ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.