Home ଜିଲ୍ଲା ପରିକ୍ରମା ସମାନ ତଥ୍ୟକୁ ବାରମ୍ବାର ଆରଟିଆଇରେ କିପରି ମଗା ଯାଉଛି

ସମାନ ତଥ୍ୟକୁ ବାରମ୍ବାର ଆରଟିଆଇରେ କିପରି ମଗା ଯାଉଛି

44

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ପାଇଁ ଆର.ଟି.ଆଇ.କୁ ବ୍ୟବହାର କରି ନିଜକୁ ସମାଜ ସେବୀ ବୋଲାଉଥିବା କିଛି ଭଣ୍ଡ ଅସାଧୁ ଚରିତ୍ରର ମଣିଷ ଲୋକଙ୍କୁ ବ୍ଲାକମେଲ୍ କରି ଅନୈତିକ ଉପାୟରେ ଅର୍ଥ ଦାବୀ କରୁଛନ୍ତି। ଅନେକ ଲୋକ ଏସବୁକୁ ଜାଣି ମଧ୍ୟ ଅଯଥା ବିବାଦରେ ନପଶିବାକୁ ଉଦ୍ଦେଶ୍ୟରେ ଚୁପ୍ ରହୁଛନ୍ତି। ସୂଚନା ଅଧିକାର ଆଇନ୍ ଅନୁସାରେ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟାଳୟରୁ ଗୋଟିଏ ତଥ୍ୟ ପ୍ରାପ୍ତ କଲାପରେ ସେହି ତଥ୍ୟ ଦ୍ୱିତୀୟ ଥର ମାଗି ପାରିବ ନାହିଁ। ମାତ୍ର କେତକ ଠକ ସୂଚନା ଅଧିକାର କର୍ମୀ ଗୋଟିଏ ଗୋଟିଏ ତଥ୍ୟକୁ ବାରମ୍ବାର ମାଗୁଛନ୍ତି ଓ ଅଯଥାରେ ଲୋକଙ୍କୁ ବିବାଦୀୟ କରି ସେମାନଙ୍କ ବିରୁଦ୍ଧରେ କୌଣସି ତଥ୍ୟ ନ ଥିଲେ ମଧ୍ୟ ସେମାନଙ୍କ ଠାରୁ ଅର୍ଥ ଦାବୀ କରୁଛନ୍ତି। ପ୍ରକାଶ ଥାଉକି:- ଗତ ତା୨୩.୦୧.୨୦୨୫ରିଖରେ ବିକାଶ ଧଳ ନାମକ ଜଣେ ବ୍ୟକ୍ତି ଯେ କି ଅତୀତରେ ବିଭିନ୍ନ ଠକାମି ଅସାଧୁ କାର୍ଯ୍ୟକଳାପରେ ଲିପ୍ତ ଥିବାର ନଜିର ଅଛି। ଆର.ଟି.ଆଇ.ରେ ତଥ୍ୟ ମାଗି ନିରଞ୍ଜନ ପରିଆଡ଼ି ବ୍ୟକ୍ତିଙ୍କୁ ବ୍ଲାକ୍ମେଲ୍ କରୁଛନ୍ତି ଓ ଅର୍ଥ ଦାବୀ କରୁଛନ୍ତି। ବାଙ୍କତୀରା ହାଇସ୍କୁଲ ବନ୍ତର ଦେବାଶିଷ ମହାପାତ୍ରଙ୍କୁ ଉକ୍ତ ବ୍ୟକ୍ତି ଆର.ଟି.ଆଇ.ରେ ଏକା ପ୍ରକାର ତଥ୍ୟ ବାରମ୍ବାର ମାଗି ବାରମ୍ବାର ଅର୍ଥ ଦାବୀ କରିବା ହେତୁ ପରିଶେଷରେ ସେ ଅତିଷ୍ଠ ହୋଇ ଚାକିରୀରୁ ଇସ୍ତଫା ଦେଲେ। ତା୯।୩।୨୦୨୫ରିଖରେ ଉକ୍ତ ବିକାଶ ଧଳ କୁଆଁସର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ସୁକାନ୍ତ ପଣ୍ଡାଙ୍କୁ ବାରମ୍ବାର ଏକ ତଥ୍ୟ ଆର.ଟି.ଆଇରେ ମାଗୁଛନ୍ତି ଓ କର୍ତୃପକ୍ଷ ଏକା ତଥ୍ୟ ବାରମ୍ବାର ମାଗୁଥିବା ଏହି ବ୍ୟକ୍ତିଙ୍କ ଦରଖାସ୍ତକୁ କିପରି ପ୍ରୋତ୍ସାହନ ଦେଉଛନ୍ତି, ତାହା ଏକ ପ୍ରଶ୍ନବାଚୀ ! ଜାଗୁଳାଇ ହାଇସ୍କୁଲ ବନ୍ତର ଗଙ୍ଗାଧର ବିଶ୍ୱାଳଙ୍କ ସମ୍ପର୍କରେ ମଧ୍ୟ ଏହି ବ୍ୟକ୍ତି ବାରମ୍ବାର (୫ଥର) ଏକା ପ୍ରକାର ତଥ୍ୟକୁ ମାଗୁଛନ୍ତି। ପ୍ରଶ୍ନ ଏହିକି ଥରେ ଗୋଟିଏ ତଥ୍ୟ ପାଇବା ପରେ ଏହି ବ୍ୟକ୍ତି ସେହି ତଥ୍ୟ ପୁନର୍ବାର କିପରି ଓ କାହିଁକି ମାଗୁଛନ୍ତି ଏବଂ ତାଙ୍କ ଦରଖାସ୍ତକୁ କର୍ତୃପକ୍ଷ ବାରମ୍ବାର କାହିଁକି ଗ୍ରାଂଟ କରୁଛନ୍ତି। ଏ ସମ୍ପର୍କରେ ଆମ୍ଭେ ତୃତୀୟପକ୍ଷ ହେବାକୁ ଚାହୁଁ ଥିବାବେଳେ ଡ଼ି.ଇ.ଓ. ଆମ୍ଭ ଦରଖାସ୍ତ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାର କାରଣ କଣ ବୋଲି ଦେବେନ୍ଦ୍ର ନାଥ ମାହାନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଜଣାଇବା ସହ ଏହି ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.